ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ୨ ଗିରଫ

Published By : Prameya-News7 Bureau | October 17, 2020 IST

ଅନୁଗୋଳ ୧୭।୧୦: ଅନୁଗୋଳ ତଳମୂଳ ପାଟଣା ଗୋଡିସାହିରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ହୋଇଛି । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏକ ସ୍ଵତନ୍ତ୍ର ସ୍କ୍ବାର୍ଡ ଚଢାଉ କରି ପାଖାପାଖି ୭ ଶହ ବୋଲତ ମଦ ଜବତ କରିଛି । ଏହା ସହିତ ସମ୍ପୃକ୍ତ ୨ ଜଣକୁ ଗିରଫ କରାଯାଇଛି ।

ଏହାସହ ମଦ ପାଇଁ ବ୍ୟବହୃତ ହେଉଥିବା ଷ୍ଟିକର, ଠିପି, ସ୍ପିରିଟ ଏବଂ ଖାଲି ବୋଲତ କିଛି ଜବତ ହୋଇଛି । ଏହି ବୋତଲଗୁଡିକ ବିଭିନ୍ନ କବାଡି ଦୋକାନରୁ ସଂଗ୍ରହ କରି ଆଣନ୍ତି ବୋଲି ଅଭିଯୁକ୍ତମାନେ ସ୍ବୀକାର କରିଥିବା ପୋଲିସ କହିଛି । ଏଥିରୁ ଜଣା ପଡୁଛି ଏଗୁଡିକ ନକଲି ମଦ ହୋଇଥାଇ ପାରେ । ତେବେ ବନରପାଳ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିବା ସହ ମଦଗୁଡିକୁ ଅସଲି ନାଁ ନକଲି ଯାଞ୍ଚ ପାଇଁ ପଠାଇଛି ।

ତେବେ ତଳମୂଳ ନିକଟରେ ମହିଧରପୁର ଫାଣ୍ଡି ଥିଲେ ମଧ୍ୟ କେହି କିପରି ମଦ କାରବାର ବିଷୟରେ ଜାଣି ପାରିଲେ ନାହିଁ ତାହା ସନ୍ଦେହ ବଢାଉଛି । ପାଖାପାଖି ୫୦ ହଜାର ଟଙ୍କାର ମଦ ଜବତ ହୋଇଛି । ଦୀର୍ଘ ଦିନରୁ ମଦ ବ୍ୟବସାୟ କରୁଥିବା ପୋଲିସ ସୁରାଗ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.