ଆନନ୍ଦପୁରରେ ନକଲି ଶ୍ରମ ଅଧିକାରୀ, ନକଲି ଲେବର କାର୍ଡ
29/08/2018 at 2:08 AM

କେନ୍ଦୁଝର ୨୯/୮:ଆନନ୍ଦପୁର ଥାନା ଅନ୍ତର୍ଗତ ଜଞ୍ଜାଳି ଗୟଲମୁଣ୍ଡା ଗାଁରେ ଦୀର୍ଘଦିନ ଧରି ଏପରି ଜାଲିଆତି କରିଆସୁଥିବା ରାକେଟ ଧରାପଡିଛି । ଦୁଇ ଜଣ ବ୍ୟକ୍ତି ନିଜକପ ଶ୍ରମ ଅଧିକାରୀ କହି ଠକୁଥିଲେ । ୨ ଶହ ଟଙ୍କା ନେଇ ଦେଉଥିଲେ ଲେବରକାର୍ଡ । ତେବେ ଏମିତି କାରନାମାରେ ସନ୍ଦେହ କରି ସେହି ଦୁଇ ଜଣଙ୍କୁ ଜଞ୍ଜେଳି ଗ୍ରାମବାସୀ ଅଟକ ରଖିଥିଲେ । କେନ୍ଦୁଝର ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଖବର ଦେଇଥିଲେ । କେନ୍ଦୁଝର ଶ୍ରମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲେବର କାର୍ଡ ଗୁଡିକ ଯାଞ୍ଚ କରିବାରୁ ସେସବୁ ନକଲିଥିବା ଜାଣିବାକୁ ପାଇଥିଲେ । ଏପଟେ ଲୋକେ ଅଟକ ରଖିଥିବା ଦୁଇ ଜାଲିଆଙ୍କ ମଧ୍ୟରୁ ଜଣେ ରାତି ଅନ୍ଧାରର ସୁଯୋଗ ନେଇ ଖସିଯାଇଥିଲା । ଅଟକ ରଖିଥିବା ଅନ୍ୟଜଣେ ଜାଲିଆକୁ ଆନନ୍ଦପୁର ଥାନାରେ ଜିମା ଦେଇଛନ୍ତି ଗ୍ରାମବାସୀ । ସେହି ନକଲି ଶ୍ରମ ଅଧିକାରୀ ଜଣକ ହେଉଛି ଯାଜପୁର ବରି ଅନ୍ତର୍ଗତ ମିର୍ଜାପୁରର ତରୁଣ କୁମାର ପଣ୍ଡା । ପୋଲିସ ଓ ଶ୍ରମବିଭାଗ ଏହି ଜାଲିଆଙ୍କ ଠକେଇ ନେଇ ତଦନ୍ତ ଜାରି ରଖିଛନ୍ତି ।