ଦିଗପହଣ୍ଡି: ନକଲି ଲେବର ଅଫିସ୍‌କୁ ସିଲ୍‌ କଲା ଶ୍ରମ ଅଧିକାରୀ

Published By : Prameya-News7 Bureau | February 21, 2021 IST

ଦିଗପହଣ୍ଡି୨୧/୨: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ପୁଞ୍ଜିକୟାଁ ଛକ ନିକଟରେ ରହିଥିବା ନକଲି ଲେବର କାର୍ଡ କାର୍ଯ୍ୟାଳୟକୁ ଶ୍ରମ ଅଧିକାରୀଙ୍କ ଦ୍ବାରା ରବିବାର ପୂର୍ବାହ୍ନରେ ସିଲ୍ କରାଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ଵାରା ଅଣ ସଂଗଠିତ ଶ୍ରମିକ ଗୋଷ୍ଠୀଙ୍କୁ ପଞ୍ଜିକୃତ କରାଇ ବିଭିନ୍ନ ସୁବିଧା ସୁଯୋଗ ଯୋଗାଉଥିବା ଅବସରରେ ଏହି ଶ୍ରମିକ କାର୍ଡ ଖଣ୍ଡିଏ ହାତେଇବା ପାଇଁ ସାଧାରଣ ଲୋକ ଇଚ୍ଛା ପ୍ରକାଶ କରିଛନ୍ତି।

ଅନ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ମନରେଗା କାର୍ଯ୍ୟ ବିଶେଷରେ ଶ୍ରମିକଙ୍କ ଦ୍ଵାରା ପ୍ରଦତ୍ତ ଲେବର କାର୍ଡ ଭିତ୍ତିରେ ମେନ୍ ଡେସ୍ ସୃଷ୍ଟି କରାଯାଇ ଅବୈଧ ଭାବରେ ଯନ୍ତ୍ର ଦାନବ ଦ୍ଵାରା କାର୍ଯ୍ୟ ନିର୍ବାହ କରାଯାଉଥିବା ନିତି ଦିନିଆ ଘଟଣା ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଜାଗାରେ ଶ୍ରମିକ କାର୍ଯ୍ୟାଳୟ ଖୋଲି ନକଲି ଲେବର କାର୍ଡ ପ୍ରଦାନ କରୁଥିବା ଏବଂ କାର୍ଡ ପ୍ରଦାନ ନାଁ ରେ ବିପୁଳ ଆର୍ଥିକ କାରବାର ନେଇ ଶ୍ରମ ବିଭାଗ କ୍ରିୟାଶୀଳ ହୋଇଅଛି ।

ଏହି ଅବସରରେ ରବିବାର ପୁଞ୍ଜିକୟାଁ ଛକସ୍ଥିତ ଆର୍ ଏମ୍ ସି ଏସ ପରିଚାଳିତ କୋଠାରେ ଖୋଲାଯାଇଥିବା ନକଲି ଲେବର ଅଫିସକୁ ଗଞ୍ଜାମ ଲେବର ଅଫିସର ଚଢ଼ାଉ କରିବା ସହିତ କାର୍ଯ୍ୟାଳୟକୁ ସିଲ୍ କରିଛନ୍ତି l ବି ୱାନ କଷ୍ଟ୍ରକ୍ସନ ଲେବର ନାଁରେ ସାଧାରଣ ଲୋକଙ୍କ ଠାରୁ ଲେବର କାର୍ଡ କରେଇ ଦେବା ନାଁରେ ଜଣଙ୍କ ପିଛା ୪୫୦ ଟଙ୍କା ଲେଖା ହିସାବରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କ୍ରମରେ ଶ୍ରମ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି l ଜିଲ୍ଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର ନକଲି ଲେବର କାର୍ଡ ପ୍ରଦାନ୍ କାର୍ଯ୍ୟାଳୟକୁ ଚଢ଼ାଉ କରି ବିପୁଳ ପରିମାଣର ନକଲି ଫର୍ମ ଓ ରସିଦ ବହିକୁ ସିଜ କରିବା ସହିତ ଦିଗପହଣ୍ଡି ପୋଲିସକୁ ଅବଗତ କରିଛନ୍ତି । ଦିଗପହଣ୍ଡି ପୋଲିସ ସଂପୃକ୍ତ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟ ସିଲ୍ କରି ଅନୁସନ୍ଧାନ କରୁଥିବା ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.