ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ, ଅଭିଯୁକ୍ତ ଫେରାର

Published By : Prameya-News7 Bureau | January 23, 2021 IST

ଭଦ୍ରକ, ୨୩।୦୧ :   ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରୁ ପୁଣି ଜବତ ହେଲା ବିପୁଳ ପରିମାଣରେ ନକଲି ଜର୍ଦ୍ଦା । ଜବତ ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି ।  ତେବେ ଘଟଣାସ୍ଥଳରୁ ପୋଲିସ ଆଖିରେ ଧୂଳି ଦେଇ ଅଭିଯୁକ୍ତ  ଚମ୍ପଟ ମାରିଛି ।

ସୂଚନା ଅନୁଯାୟୀ, ପୁରୁଣାବଜାର ଥାନା ଅନ୍ତର୍ଗତ ଛଡ଼ାକ ମହଲା ଅଞ୍ଚଳରେ ଏକ ଘରେ ନକଲି ଜର୍ଦ୍ଦା କାରଖାନା ଚାଲୁଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ରାତିରେ ପୁରୁଣାବଜାର ପୋଲିସର ଏକ ଟିମ୍ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରି, ବିପୁଳ ପରିମାଣର ନକଲି ଜ଼ର୍ଦ୍ଦା, ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗୋ ଓ ଯନ୍ତ୍ରାଂଶ  ସହ ଏଥିରେ ବ୍ୟବହୃତ ଅନେକ ସାମଗ୍ରୀ ଜବତ କରିଛି ।

ଏହି ନକଲି ଜ଼ର୍ଦ୍ଦା କାରବାର ରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ  ଯେ,  ପୁରୁଣାବଜାର ଥାନା ଅଞ୍ଚଳ ଏବେ ନକଲି ଜ଼ର୍ଦ୍ଦାର ହବ୍ ପାଲଟି ଗଲାଣି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନକଲି ଜ଼ର୍ଦ୍ଦା ଜବତ ହେଉଛି । ପୋଲିସ ଆଖି ଦେଖାଣିଆ କିଛି ଅଭିଯୁକ୍ତଙ୍କୁ ଧରି ନିଜର ବାଃ ବାଃ ନେଉଛି । କିନ୍ତୁ ମୁଖ୍ୟ କାର୍ପଟଦାରକୁ ଧରିବାରେ ପୋଲିସ ବିଫଳ ହେଉଥିବାରୁ ସାରା ପୁରୁଣାବଜାର ଥାନା ଅଞ୍ଚଳ ଏବେ ନକଲି ଜ଼ର୍ଦ୍ଦା ମାଫିଆ ମାନଙ୍କର ଆଡ୍ଡାସ୍ଥଳୀ ପାଲଟିଗଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.