ବାଇକ୍‌ରେ ନକଲି ଜର୍ଦ୍ଦା ଚାଲାଣ ବେଳେ ଧରିଲା ପୋଲିସ, ୨ ଯୁବକ ଗିରଫ

Published By : Prameya-News7 Bureau | May 20, 2021 IST

ଭଦ୍ରକ ୨୦।୫: ଲକଡାଉନରେ ବାଇକରେ ଜର୍ଦ୍ଦା ନେଇ ଯାଉଥିବା ସମୟରେ ଧରିନେଲା ପୋଲିସ । ଭଦ୍ରକ ପୁରୁଣା ବଜାର ଥାନା ପାଟ୍ରୋଲିଂ କରୁଥିବା ସମୟରେ ଉତ୍ତରବାହିନୀ ଅଞ୍ଚଳରେ ଦୁଇ ଜଣ ଯୁବକ ବାଇକ୍ ଓ ସ୍କୁଟି ଯୋଗେ ନକଲି ଜର୍ଦ୍ଦା ନେଇ ଗୁଜିଦରଡା ଅଞ୍ଚଳକୁ ଯାଉଥିବା ସମୟରେ ପୋଲିସ କାବୁ କରି ନେଇଥିଲା । ଏମାନଙ୍କଠାରୁ ବିଭିନ୍ନ ନାମୀଦାମୀ କମ୍ପାନୀର ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା , କେମିକାଲ, ଲୋଗୋ ଜବତ କରିଛି । ଏମାନଙ୍କଠାରୁ ନକଲି ଜର୍ଦ୍ଦା ସହ ଗୋଟିଏ ସ୍କୁଟି ଓ ବାଇକ୍ ଜବତ କରାଯାଇଛି । ଏହି ଘଟଣାରେ ପୁରୁଣା ବଜାର ପୋଲିସ ଦୁଇ ଜଣଙ୍କୁ  ଗିରଫ କରିଛି । ଛଡକମହଲା  ଅଞ୍ଚଳର ସେକ୍ ବାବୁଲା ଓ ଡାକଚୌକିଆ ମହଲାର ମୋରୋଦ ଖାନ୍ ବୋଲି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.