ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ୩ ଜଣ ଅଟକ

Published By : Prameya-News7 Bureau | October 19, 2020 IST

ଚଣ୍ଡିଖୋଲ ୧୯।୧୦: ନକଲି ଜର୍ଦ୍ଦା କାରଖାନା ଠାବ । ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ମାଳହାଟ ଅଂଚଳରେ ନକଲି ଜର୍ଦ୍ଦା କାରଖାନା ଉପରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ଏଥିରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ।

{"id":347236,"sizeSlug":"large"}

ମାଳହାଟ ଅଂଚଳରେ ବ୍ୟାପକ ପରିମାଣରେ ନକଲି ଜର୍ଦ୍ଦା କାରବାର ହେଉଥିବା ସୂଚନା ପାଇବା ପରେ ଯାଜପୁର ଏସଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିବା ସହ ୩ ଜଣକୁ ଅଟକ ରଖିଛି ।

{"id":347237,"sizeSlug":"large"}

ଏଠାରେ ବିଭିନ୍ନ ନାମୀ ଦାମୀ କମ୍ପାନୀର ନକଲି ଜର୍ଦ୍ଦା ତିଆରି କରାଯାଉଥିଲା । ପୂର୍ବରୁ ମଧ୍ୟ ଛତିଆ ବିଦ୍ୟାଧରପୁର ଅଂଚଳରେ ଏସଟିଏଫ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.