ଜଳେଶ୍ବରରୁ ଜବତ ହେଲା ନକଲି ପାନ ମସଲା, ଦୁଇ ଅଭିଯୁକ୍ତ ଅଟକ

Published By : Prameya-News7 Bureau | January 23, 2021 IST

ଜଳେଶ୍ବର ୨୩।୧: ସିଲଭର୍ ସିଟି ପରେ ଏବେ ଜଳେଶ୍ବରରୁ ଜବତ ହୋଇଛି ନକଲି ସାମଗ୍ରୀ । ଜଳେଶ୍ବର ଷ୍ଟେସନ ବଜାରରେ ଚଢାଉ କରି ନକଲି ପାନ ମସଲା ଜବତ କରିଛି ଏସଟିଏଫ । ଦୁଇ ଅଭିଯୁକ୍ତକୁ ଅଟକ ରଖାଯାଇଛି ।

{"id":396984,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଶନିବାର ଭୁବନେଶ୍ବର ଏସଟିଏଫ୍ ଟିମ୍ ତରଫରୁ ଅତିରିକ୍ତ ଏସପି ତେଜେଶ୍ବର ପଟେଲଙ୍କ ନେତୃତ୍ବରେ  ଜଳେଶ୍ଵର ଷ୍ଟେଶନ ବଜାର ଓ  ଝାଡେଶ୍ବରପୁର  ଅଞ୍ଚଳରେ ଚଢାଉ  କରାଯାଇଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି  ପାନ ମସଲା  ଜବତ କରାଯାଇଛି ।

{"id":396986,"sizeSlug":"large","linkDestination":"none"}

ଏହାସହ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ଅଟକ ଦୁଇ ଜଣ ହେଲେ ଚନ୍ଦନ ଚୌରାସିଆ ଓ  ଅଶୋକ ସାହୁ । ଉଭୟ  ବେପାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଏସଟିଏଫ ଟିମ୍ । ନକଲି ଗୋପାଳ ଓ  ଶିବ ଦାତା ଜରଦା ସହିତ  ଅନ୍ୟାନ୍ୟ  ନକଲି  ପାନ ମସଲା  ଜବତ  ହୋଇଛି । ଏହି ଚଢାଉ ବେଳେ ଜଳେଶ୍ବର ପୋଲିସ  ମଧ୍ୟ  ସାମିଲ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.