ଡୁପ୍ଲିକେଟ୍ IPS ଅଟକ, ନକଲି ପରିଚୟ ପତ୍ର ଦେଖାଇ କିଣିଥିଲେ ବୁଲେଟ୍

Published By : Prameya-News7 Bureau | August 19, 2020 IST

ରାଉରକେଲା ୧୯।୮: ରାଉରକେଲାରେ ନକଲି ଆଇପିଏସ ଅଫିସର ଅଟକ । ଅଭିଯୋଗ ପରେ ଉଦିତ ନଗର ପୋଲିସ ତାଙ୍କୁ ଅଟକ ରଖିଛି ।

ସୂଚନାଯୋଗ୍ୟ ଯେ, ରାଉରକେଲା ବାସନ୍ତୀ କଲୋନୀ ସ୍ଥିତ ଏକ ବାଇକ୍ ସୋ’ ରୁମରୁ ସଂପୃକ୍ତ ନକଲି ଆଇପିଏସ ଏକ ବୁଲେଟ୍ କିଣିଥିଲେ । ନକଲି ପରିଚୟ ପତ୍ର ଦେଇ ଫାଇନାନ୍ସରେ ୨୫ ହଜାର ଟଙ୍କା ଡାଉନ୍ ପେମେଣ୍ଟ ଦେଇ ସେ ସେହି ବୁଲେଟ୍ କିଣିଥିଲେ ।

{"id":316812,"sizeSlug":"large"}

ଆଇପିଏସ୍ ଡ୍ରେସ୍ ପିନ୍ଧିବା ସହ ବୁଲେଟରେ ଚଢି ରାଉରକେଲା ସହରରେ ବୁଲୁଥିବାର ଅଭିଯଗ ହୋଇଥିଲା । ଆହୁରି ସଂପୃକ୍ତ ନକଲି ଆଇପିଏସ୍ ଅଫିସର ଜଣଙ୍କ କହୁଥିଲେ ଯେ, ସେ ସ୍ବତନ୍ତ୍ର ଡ୍ୟୁଟିରେ ଅଛନ୍ତି । ଅଭିଯୋଗ ପାଇବା ପରେ ରାଉରକେଲାର ଏକ ହୋଟେଲରୁ ସଂପୃକ୍ତ ନକଲି ଆଇପିଏସକୁ ଧରିଛି ଉଦିତ ନଗର ଥାନା ପୋଲିସ ।

ପୋଲିସର ସୂଚନା ଅନୁସାରେ ନକଲି ଆଇପିଏସଙ୍କ ନାଁ ଶର୍ମିଷ୍ଠା । ପୂର୍ବରୁ ସେ ଭୁବନେଶ୍ବରରେ ମଧ୍ୟ ଆଇପିଏସ୍ ପରିଚୟ ଦେଇ ଗିରଫ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.