ନକଲି ପ୍ରତି ସାବଧାନ: କଟକ ପରେ ଭୁବନେଶ୍ବରରେ ଠାବ ହେଲା ଅପମିଶ୍ରିତ ଘିଅ କାରଖାନା

Published By : Prameya-News7 Bureau | January 12, 2021 IST

ଭୁବନେଶ୍ବର୧୨/୧: ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳି ପାଲଟିଛି କଟକ। କେବଳ କଟକ ନୁହେଁ ମଙ୍ଗବାର ରାଜଧାନୀ ଭୁବନେଶ୍ବରରେ ମଧ୍ୟ ନକଲି ଘିଅ କାରଖାନା ଠାବ ହୋଇଛି। ଏୟାରଫିଲ୍ଡ ଥାନା ଅଧିନ ତ୍ରିଲୋଚନବିହାରରେ ନକଲି ଘିଅ କାରଖାନା ଚାଲିଥିଲା। ସ୍ଥାନୀୟ ପୋଲିସ ଏବଂ କମିଶନରେଟ୍ ପୋଲିସର ମିଳିତ ଉଦ୍ୟମରେ ଏହି ନକଲି କାରଖାନା ଉପରେ ଚଢ଼ାଉ ହୋଇଛି। ବିନା ଅନୁମତିରେ ଚାଲିଥିଲା ଘିଅ କାରଖାନା। ତାହା ପୁଣି ମେସିନ ମାଧ୍ୟମରେ ଘିଅ ପ୍ରସ୍ତୁତ ହେଉଥିଲା।

ଜବତ ଘିଅ କାରଖାନା ଠାବ ପରେ ଖାଦ୍ୟ ଓ ସୁରକ୍ଷା ବିଭାଗ ଏହାକୁ ଯାଞ୍ଚ କରିଛି। ଏଠାରୁ ମିଳିଥିବା ତେଲ ଦୁର୍ଗା ଘିଅ ପ୍ୟାକେଟ୍ ଓ ଅନ୍ୟାନ୍ୟ ସାମଗ୍ରୀକୁ ଯାଞ୍ଚ କରିଛନ୍ତି। ଏହା ସମ୍ପୂର୍ଣ୍ଣ ନକଲି ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଗତ ୨୦୧୯ରେ ଲଷ୍ମୀସାଗର ଥାନା ଅଧୀନରେ ମଧ୍ୟ ନକଲି ଘିଅ କାରଖାନା ଠାବ କରିଥିଳଲା ପୋଲିସ। ଗତ କିଛିଦିନ ଧରି କଟକରେ ମଧ୍ୟ ଅନେକ ନକଲି ଘିଅ କାରଖାନା ଜବତ କରିଛି କମିଶନରେଟ ପୋଲିସ।  ଏଭଳି ନକଲି ଖାଦ୍ୟ ଖାଇଲେ, ମଣିଷ ଅସୁସ୍ଥ ହେବା ଥୟ। ତେଣୁ ନକଲି ପ୍ରତି ସାବଧାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.