କରୋନା ପରିସ୍ଥିତିରେ ଜାଲିଆ ମାଲେମାଲ୍, ବେଧଡକ ଚାଲିଥିଲା ନକଲି ଘିଅ ଓ ସସ୍ କାରଖାନା

Published By : Prameya-News7 Bureau | September 14, 2020 IST

କଟକ, ୧୪|୦୯ : ସୋମବାର କଟକ ଜିଲ୍ଲା ଚୌଦ୍ୱାର ଥାନା ଅଞ୍ଚଳରୁ ନକଲି ଘିଅ ଓ ସସ୍ କମ୍ପାନୀ ଉପରେ ଚଡାଉ କରିଛି । ଏହି ଚଢାଉ ବେଳେ ବିପୁଳ ପରିମାଣର ଘିଅ ଓ ସସ୍ ଆଦି ଜବତ ହୋଇଛି ।

ପୋଲିସ ଚୌଦ୍ୱାର ୯ନଂ ୱାର୍ଡ ସ୍ଥିତ  ଗାନ୍ଧୀ ଛକ ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ ଥିବା ଏକ ନକଲି ଘିଅ ଓ ସସ୍ କମ୍ପାନୀ ଉପରେ ଚଢଉ କରିଥିଲା। ଏହି କମ୍ପାନୀ ଦୀର୍ଘ ୫ ବର୍ଷ ହେବ ଘିଅ ଓ ସସ୍ ନିର୍ମାଣ କରିଆସୁଥିଲା । ସୂଚନା ପାଇ ପୋଲିସ ଚଢଉ କରି କମ୍ପାନୀ ଭିତରୁ ୧୦୦୦ କେଜିରୁ ଉର୍ଦ୍ଧ୍ୱ ଗୁଆ ଘିଅ, ଚିଲ୍ଲିସସ୍,  ଟମାଟୋ ସସ୍ ଆଦି ଜବତ କରିଥିଲା ।  ବିଭିନ୍ନ କେମିକାକୁ ମିଶ୍ରଣ କରାଯାଇ ଏହି ସାମଗ୍ରୀ ଗୁଡିକ ବିଭିନ୍ନ ମେସିନ ମାଧ୍ୟମରେ  ପ୍ରସ୍ତୁତ ଓ ପାକିଙ୍ଗ କରାଯାଇଥାଏ।

{"id":329478,"sizeSlug":"large"}

ସମସ୍ତ ମେସିନ ଓ ରାସା ୟନିକ ସାମଗ୍ରୀକୁ ପୋଲିସ ଜବତ କରିଛି।ତେବେ  ପାଞ୍ଚବର୍ଷ ହେବ ଏଠି  ବେଧଡକ ଭାବେ ପ୍ରସ୍ତୁତି ଚାଲି ମାର୍କେଟରେ   ସୁପ୍ଲାଇ ହେଉଥିବାବେଳେ ପୋଲିସ କିଭଳୀ ଟେର ପାଇନଥିଲା ତାକୁ ନେଇ ପ୍ରଶ୍ନ ଉଠିଛି।ଏହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ପୋଲିସ କମ୍ପାନୀ ମାଲିକଙ୍କୁ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.