କଟକ ପରେ ଭୁବନେଶ୍ବରରେ ଠାବ ହେଲା ନକଲି ତେଲ ଓ ଘିଅ କାରଖାନା

Published By : Prameya-News7 Bureau | September 03, 2019 IST

ଭୁବନେଶ୍ବର ୩/୯: ଭୁବନେଶ୍ବରର ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ନକଲି ଘିଅ ଓ ତେଲ କାରଖାନା ଠାବ ହୋଇଛି। ଲକ୍ଷ୍ମୀସାଗର ଷ୍ଟେଜ ୧ ଶନି ମନ୍ଦିର ପଛପଟେ ଏହି କାରଖାନା ଚାଲିଥିବା ଜଣାପଡ଼ିଛି। ଆଜବେଷ୍ଟସ ଘରେ ଚାଲିଥିବା ଏହି କାରଖାନାରେ ରାଶି ତେଲ ,ସୋରିଷ ତେଲ,ଜଡ଼ା ତେଲ ଏବଂ ଘିଅ ନକଲି ବୋତଲ ଓ ପ୍ୟାକେଟରେ ଭର୍ତ୍ତି କରାଯାଉଥିଲା।

{"id":152490}

ବାଲାଜୀ ନାମକ ବ୍ରାଣ୍ଡକୁ ଏମାନେ ବ୍ୟବହାର କରୁଥିଲେ। ଲକ୍ଷ୍ମୀସାଗର ପୋଲିସ ଏହି ନକଲି କାରଖାନା ଉପରେ ଚଢ଼ଉ କରି ୪ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି। ତେବେ ନକଲି ତେଲ କାରଖାନାର ମାଲିକ ଫେରାର ଥିବା ଜଣା ପଡ଼ିଛି।

{"id":152491}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.