Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ମାଟ୍ରିକ୍ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ, ସାନ ଭାଇ ପାଇଁ ପରୀକ୍ଷା ଦେଉଥିଲେ ବଡ ଭାଇ

22/02/2020 at 2:07 PM

ପୁରୀ ୨୨।୨: ମାଟ୍ରିକ୍ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ । ସାନ ଭାଇ ପାଇଁ ବଡ ଭାଇ ଦେଉଥିଲା ପରୀକ୍ଷା । ପରୀକ୍ଷା ହଲରେ ଯାଞ୍ଚ ବେଳେ ସେ ଧରାପଡିଯାଇଛନ୍ତି । ତେବେ ତାଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖରୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି । ଆଜି ପରୀକ୍ଷାର ଦ୍ବିତୀୟ ଦିନ ଥିଲା । ଛାତ୍ରଛାତ୍ରୀମାନେ ଆଜି ଇଂଗ୍ରାଜୀ ବିଷୟରେ ପରୀକ୍ଷା ଦେଇଛନ୍ତି । ଇଂଗ୍ରାଜୀ ପରୀକ୍ଷାରେ ପୁରୀ ଅଞ୍ଚଳରେ ଜଣେ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେବା ସମୟରେ ଗିରଫ ହୋଇଛନ୍ତି ।

ପୁରୀ ସଦର ବାସୁଦେବପୁର କନକଦୁର୍ଗା ହାଇସ୍କୁଲର ଜଣେ ପରୀକ୍ଷାର୍ଥୀ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି । ତେବେ ତାଙ୍କ ପାଇଁ ତାଙ୍କ ବଡ ଭାଇ ପରୀକ୍ଷା ଦେଇ ଧରାପଡିଛନ୍ତି । ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସାନ ଭାଇ ସ୍କୁଲରୁ ଆଡ୍‌ମିଟ କାର୍ଡ ନେଇ ପରୀକ୍ଷା ଦେଉଥିବା ବେଳେ ଆଜି ଇଂଗ୍ରାଜୀ ପରୀକ୍ଷା ଥିବାରୁ ବଡ ଭାଇ ତାଙ୍କ ପାଇଁ ପରୀକ୍ଷା ଦେବା ଲାଗି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ସାନ ଭାଇ ପରୀକ୍ଷା କେନ୍ଦ୍ରର ବାହାରେ ରହିଥିଲେ । ପରୀକ୍ଷା କେନ୍ଦ୍ରରେ ଯାଞ୍ଚ ବେଳେ ସେ ଧରା ପଡି ଅଟକ ଅଛନ୍ତି । ବଡ ଭାଇ ପୋଷ୍ଟାଲରେ ଚାକିରୀ କରୁଥିବା ନେଇ ଜଣାପଡିଛି ।

   Related Posts