ମହିଳା ରୋଗୀଙ୍କ ଛାତିରେ ଷ୍ଟେଥୋ ପକାଇ ପରୀକ୍ଷା କରୁଥିବା ନକଲି ଡାକ୍ତର ଗିରଫ

Published By : Prameya-News7 Bureau | June 25, 2019 IST

ଚଣ୍ଡିଖୋଲ ୨୫|୬: ଭଗବାନଙ୍କ ଦ୍ବିତୀୟ ରୂପ ଭାବେ  ଡ଼ାକ୍ତର ମାନେ ପରିଚିତ। ହେଲେ ବେଳେ ବେଳେ ଏମିତି କିଛି ଲୋକ ଏମିତି କାମ କରନ୍ତି ଯେ, ଡ଼ାକ୍ତରୀ ବୃତ୍ତି ବଦନାମ ହୋଇଥାଏ। ଏମିତି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲାର ବଡ଼ଚଣା ସରକାରୀ ଡାକ୍ତରଖାନାରେ।

{"id":127054}

ଗତ ୨୧ତାରିଖ ରାତିରେ କଢାଇ ନୂଆଶାସନ ଗ୍ରାମର ନିହାର ସାମଲ ବଡ଼ଚଣା ଡ଼ାକ୍ତରଖାନାରେ ଷ୍ଟେଥିଶସ୍କୋପ୍ ଲଗେଇ ଡାକ୍ତରଙ୍କ ଭଳି ବୁଲୁଥିଲା । ମହିଳାଙ୍କ ୱ।ର୍ଡ଼ରେ ଜଣେ ମହିଳାଙ୍କ ଛାତି ଉପରେ ଷ୍ଟେଥିଶସ୍କୋପ୍ ପକାଇ ପରୀକ୍ଷା ମଧ୍ୟ କରୁଥିଲା । ତେବେ ସନ୍ଦେହ ହେବାରୁ ଖଇରା ଗ୍ରାମର କିଶୋର ବାରିକ୍ ନାମକ ଜଣେ ବ୍ୟକ୍ତି ଏହାର ପ୍ରତିବାଦ କରିଥିଲେ। ଆଜି ବଡ଼ଚଣା ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ନକଲି ଡାକ୍ତର ଏମିତି କାଣ୍ଡ କରୁଥିବାବେଳେ ଡାକ୍ତରଖାନାର ମୁଖ୍ୟ ଡାକ୍ତର ସେତେବେଳକୁ ନିଘୋଡ ନିଦରେ ଶୋଇଥିଲେ।

{"id":127055}

ଅଭିଯୋଗ ପରେ ନକଲି ଡାକ୍ତରକୁ ପୋଲିସ ଆଜି ଗିରଫ କରିବା ସହ କୋର୍ଟଚାଲାଣ କରିଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଦାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.