ଦିଲ୍ଲୀ ଏନସିଆରରେ ନକଲୀ ଡିଟରଜେଣ୍ଟ କାରଖାନା ଠାବ, ମାଲିକ ଗିରଫ, ପୋଲିସ କହିଲା ଅଭ୍ୟାସଗତ ଅପମିଶ୍ରଣକାରୀ

Published By : Prameya-News7 Bureau | August 04, 2021 IST

ନୂଆଦିଲ୍ଲୀ ୪।୮: ନରେଲା କୁରେନୀ ଗାଁରେ ଦୀର୍ଘ ଦିନରୁ ଚାଲିଥିବା ନକଲୀ ଡିଟରଜେଣ୍ଟ କାରଖାନାକୁ ବାହାର ଉତ୍ତର ଦିଲ୍ଲୀ ଇନଭେଷ୍ଟିଗେସନ ୟୁନିଟି ଠାବ କରିଛି। ମାମଲାରେ ପୋଲିସ କାରଖାନା ମାଲିକ ମୁକେଶ ଗର୍ଗଙ୍କୁ ଗିରଫ କରିଥିବା ବେଳେ ତାଙ୍କ ବିରୋଧରେ ପୂର୍ବରୁ ୩ଟି କପି ରାଇଟ ମାମଲା ଥିବାର ଜିଲ୍ଲା ପୋଲିସ ଡିସିପି ରାଜୀବ ରଞ୍ଜନ କହିଛନ୍ତି। କାରଖାନାରେ ସର୍ଫ ଏକ୍ସେଲ ପ୍ୟାକିଙ୍ଗରେ ନକଲି ଡିଟରଜେଣ୍ଟ ପ୍ୟାକ୍‌ କରି ଦିଲ୍ଲୀ ଏନସିଆରରେ ବିକ୍ରି କରୁଥିଲା ବୋଲି ଡିସିପି କହିଛନ୍ତି।

କାରଖାନାରୁ ପୋଲିସ ୩ ହଜାର ୨୪୭ କେଜି ନକଲି ଡିଟରଜେଣ୍ଟ ପାଉଡର ସମେତ ବିପୁଳ ସର୍ଫ ଏକ୍ସେଲ ଜରି ଓ ପ୍ୟାକିଙ୍ଗ ମେଟେରିଆଲ ଜବତ କରିଛି। ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡଙ୍କ ପ୍ରାଧିକୃତ ପ୍ରତିନିଧି ରାଜେଶ କୁମାର ସର୍ଫ ଏକ୍ସେଲର ବ୍ୟାପକ ନକଲୀ ପାଉଚ୍ ବଜାରରେ ବିକ୍ରି ହେଉଥିବା ନେଇ ପୋଲିସରେ ଅଭିଯୋଗ କରିଥିଲେ। ମାମଲାରେ ଜିଲ୍ଲା ଇନଭେଷ୍ଟିଗେସନ ୟୁନିଟ୍‌ କପିରାଇଟ୍ ଆକ୍ଟରେ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।

{"id":490560,"sizeSlug":"full","linkDestination":"none"}

କୁରେନୀ ଗାଁରେ ନକଲୀ ଡଟରଜେଣ୍ଟ କାରଖାନା ଚାଲୁଥିବାର ପୋଲିସକୁ ସନ୍ଧାନ ମିଳିଥିଲା। ସେହି ଅନୁସାରେ ଇନିସପେକ୍ଟର ଅଋଣ ଦେବ ନେହେରା ଚଢଉ କରି କାରଖାନା ସିଲ କରିଛନ୍ତି। ତେବେ କାରଖାନା ମାଲିକ ମୁକେଶ ଦୀର୍ଘ ଦିନରୁ କଳାବଜାରୀ ସହ ଜଡିତ ବୋଲି ପୋଲିସ କହିଛି। ଏଥିରେ ତାର ଭାଗିଦାର ମଧ୍ୟ ଥିଲା। ତେବେ କିଛି ଦିନ ପୂର୍ବରୁ ସେ ଧୋକା ଦେଇ ଚାଲିଯାଇଥିବାରୁ ତା କାରବାର କ୍ଷତିରେ ପଡିଥିବାର ସେ ପୋଲିସକୁ କହିଛି।

ସେ ପ୍ରତିଷ୍ଠିତ କମ୍ପାନୀମାନଙ୍କର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ନକଲୀ ପ୍ରସ୍ତୁତ କରି ବିକ୍ରୟ କରୁଥିଲା। କୁରେନୀ ପୂର୍ବରୁ ଦିଲ୍ଲୀର ବଭାନାରେ ତାର କାରଖାନା ଥିଲା। ତେବେ ଅଂଶୀଦାର ଠକିବାରୁ ସେ ଏଠାରୁ କାରବାର ବନ୍ଦ କରିଦେଇଥିଲା। ଏହା ପରେ ସେ ସମୟପୁର ବାଦଲୀରେ ଲୁଣ କାରଖାନା କରିଥିଲା। ସେଠାରେ ଟାଟା ନମକ ନାମରେ ନକଲୀ ଲୁଣ ପ୍ୟାକିଂ କରି ବଜାରକୁ ଛାଡୁଥିଲା। ଏଠାରେ ପୋଲିସ ତା କମ୍ପାନୀ ତାଲା ଲଗାଇ ଦେବା ସହ ତା ବିରୋଧରେ କପି ରାଇଟ୍‌ ଆକ୍ଟରେ  ମୋକଦ୍ଦମା ମଧ୍ୟ କରିଥିଲା। ହେଲେ ନକଲୀ ସାମାନ ପ୍ରସ୍ତୁତି ସେ ଛାଡି ନଥିଲା। ସେ ଅଲିପୁରରେ ମଧ୍ୟ ଏକ ନକଲୀ ଡିଟରଜେଣ୍ଟ କାରଖାନା କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.