ସିଆରସିସିର ପରିଚୟରେ ଠକେଇ, ସାର୍‌ଙ୍କୁ ଟଙ୍କା ମାଗୁଛନ୍ତି ବ୍ୟବସାୟୀ

Published By : Prameya-News7 Bureau | January 14, 2020 IST

ଚିତ୍ରକୋଣ୍ଡା ୧୪।୧: ନିଜକୁ ସିଆରସିସି କହି ଲୋକଙ୍କଠାରୁ ଠକେଇ ଅଭିଯୋଗ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନୂଆଗୁଡା ପଞ୍ଚାୟତର ଆରଏସସି ୧୩ ନମ୍ବର ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଜଣେ ବ୍ୟକ୍ତି ନିଜକୁ ନୂଆ ସିଆରସିସି କହି ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ ଚିତ୍ରକୋଣ୍ଡା ଅଞ୍ଚଳର ବ୍ୟବସାୟୀ ବସନ୍ତ ସାହୁ ।

{"id":211069,"sizeSlug":"large"}

ବ୍ୟବସାୟୀ ଜଣଙ୍କ ନିଜକୁ ନୂତନ ସିଆରସିସି କହି ଲୋକଙ୍କୁ ଠକିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ମୋତେ ମାଲକାନଗିରି ଜିଲ୍ଲାପାଳ ଏଠାକୁ ତୁମର ସମସ୍ତ ସୁବିଧା ଓ ଅସୁବିଧା ବିଷୟରେ ତଦାରଖ କରିବା ସହ ନିୟମିତ ଶିକ୍ଷକ ଆସୁଛନ୍ତି କି ନାହିଁ ବୋଲି ବୁଝିବା ପାଇଁ ପଠାଇଛନ୍ତି ବୋଲି ସେ କହିଥିଲେ ।

{"id":211070,"sizeSlug":"large"}

ବର୍ତ୍ତମାନ ଆଦିବାସୀଙ୍କ ପୁଷ୍ ପର୍ବ ଚାଲିଥିବାରୁ କୌଣସି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁନାହାନ୍ତି । ବିଦ୍ୟାଳୟରେ ଛାତ୍ରଛାତ୍ରୀ ଉପସ୍ଥିତ ନଥିବାରୁ ବ୍ୟବସାୟୀ ଜଣଙ୍କ ଗାଁ ଭିତରକୁ ଯାଇ ଜଣେ ମହିଳାଙ୍କୁ ଜୋର ଜବରଦସ୍ତ ଘରୁ ଟାଣି ଆଣି ଶିକ୍ଷକ ପ୍ରତିଦିନ ସ୍କୁଲକୁ ଆସୁନାହାନ୍ତି ବୋଲି କହିବା ପାଇଁ ବାଧ୍ୟ କରାଇଥିବା ଅଭିଯୋଗ ହୋଇଛି ।  ଏପରି ନକଲେ ବିଭିନ୍ନ ପ୍ରକାର ହଇରାଣ ହରକତ କରିବାକୁ ଧମକ ମଧ୍ୟ ଦେଇଥିଲେ ।  ଏହିଭଳି ଭାବେ କହି ସେ ଶିକ୍ଷକମାନଙ୍କଠାରୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଚିତ୍ରକୋଣ୍ଡା ଥାନାରେ ବସନ୍ତ ସାହୁଙ୍କ ନାମରେ ଲିଖିତ ଅଭିଯୋଗ କରାଯାଇଛି ।      

{"id":211071,"sizeSlug":"large"}

ଚିତ୍ରକୋଣ୍ଡା ଅଞ୍ଚଳରେ କିଛି ଅସାମାଜିକ ବ୍ୟକ୍ତି ଏହିପରି ବିଭିନ୍ନ ପ୍ରକାର ବିଶୃଙ୍ଖଳା ସୃଷ୍ଟି କରି ଚାଲିଛନ୍ତି । ଅନ୍ୟପଟେ ଘଟଣା ଘଟିବାର ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାକୁ ନେଇ ଅସନ୍ତୋଷ ଦେଖାଦେଇଛି ।           

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.