ବ୍ରହ୍ମପୁରରେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା, ବିପୁଳ ପରିମାଣର କୋଲ୍ଡ ଡ୍ରିଙ୍କସ୍ ଜବତ

Published By : Prameya-News7 Bureau | January 26, 2021 IST

ବ୍ରହ୍ମପୁର ୨୬।୧: ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ମସଲା, ସସ୍ ପରେ ଏବେ ଗଞ୍ଜାମ ଜିଲ୍ଲାରେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ ହୋଇଛି । ଗଞ୍ଜାମ ଜିଲ୍ଲା ସଦର ଥାନା ପକ୍ଷରୁ ସୁକୁଣ୍ଡା ଗ୍ରାମରେ ଚଢାଉ କରାଯିବା ବେଳେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ନକଲି କୋଲ୍ଡ ଡ୍ରିଙ୍କସ୍ ଜବତ କରିଛି ପୋଲିସ । ଏହାସହ ଲକ୍ଷ ଲକ୍ଷ ଟଙ୍କାର ମେସିନ ମଧ୍ୟ ଜବତ ହୋଇଛି ।

ଦୀର୍ଘଦିନ ହେଲା ଏହି ସ୍ଥାନରେ ନକଲି କାରଖାନା ଚାଲିଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା । ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏଠାରେ ଚଢାଉ କରାଯାଇଥିଲା । ଚଢାଉରେ ବିପୁଳ ପରିମାଣରେ ନକଲି ସାମଗ୍ରୀ ଜବତ ହୋଇଛି ।

ପୂର୍ବରୁ ବଡ଼ବଜାର ଅଞ୍ଚଳରେ ନକଲି ମସଲା କାରବାର ହେଉଥିବା ନେଇ ପୋଲିସକୁ ଖବର ମିଳିବା ପରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଚଢାଉ କରିଥିଲା । ବଡ଼ବଜାର ଅଞ୍ଚଳରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉ ବେଳେ ପୋଲିସ ବିପୁଳ ପରିମାଣର ନକଲି ମସଲା ଜବତ କରିଥିଲା । ପାଣ୍ଡବନଗରରେ ମଧ୍ୟ ଚଢାଉ କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.