ଅସହାୟ ଯୁବତୀ ଓ ମହିଳାଙ୍କୁ ପ୍ରେମ ଜାଲରେ ଫଶାଇ ଲୁଟୁଥିବା ନକଲି ବ୍ୟାଙ୍କ ମ୍ୟାନେଜର ଜାମିନରେ ଖଲାସ ହେବାପରେ ପୁଣି ଠକିଲା ଯୁବତୀଙ୍କୁ ! ପୋଲିସ କମିଶନରଙ୍କ ପାଖରେ ହେଲା ଅଭିଯୋଗ…

Published By : Prameya-News7 Bureau | September 12, 2019 IST

ଭୁବନେଶ୍ବର ୧୨|୯: ବନ୍ଧାହେଲେ , ଜେଲଗଲେ , ଜେଲରୁ ଜାମିନରେ ବାହାରିଲେ । ହେଲେ ବଦଳିଲାନି ପ୍ରକୃତି । ଜେଲରୁ ଜାମିନରେ ବାହାରିବା ପରେ ପୁଣି ଆରମ୍ଭ କରିଦେଇଛନ୍ତି ତାଙ୍କର ସେହି ପୁରୁଣା ବେଉସା । ଝିଅ ମାନଙ୍କୁ ଫସାଇବା ଆଉ ତାଙ୍କୁ ବିବାହର ପ୍ରତିଶୃତି ଦେଇ ସେମାନଙ୍କଠାରୁ ଲୁଟ କରିବା ।

{"id":156682}

ଦେଖନ୍ତୁ ଏହି ଯୁବକଙ୍କୁ । ଏ ହେଉଛନ୍ତି ପ୍ରିୟ ରଂଜନ ନାଏକ । ଘର ସୁଦୁର କନ୍ଧମାଳ ଜିଲ୍ଲାରେ । ଆଉ  ୟାଙ୍କର ନେଟୱାର୍କ ଭୁବନେଶ୍ବରରେ । ବାବୁ ସବୁବେଳେ ଖୋଜିବୁଲନ୍ତି ଅସହାୟ ମହିଳା ମାନଙ୍କୁ । ଯିଏ ସ୍ବାମୀ ପରିତ୍ୟକ୍ତା , କିମ୍ବା ବିଧବା । ଆଉ ସେମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି କେତେବେଳେ ଟଙ୍କା ତ ଆଉ କେତେବେଳେ ତାଙ୍କର ଇଜ୍ଜତ ଲୁଟିବାକୁ ପଛାନ୍ତି ନାହିଁ ।

{"id":156685}

ପ୍ରିୟଙ୍କ ବିରୁଦ୍ଧରେ ଗତ ଫ୍ରେବ଼ଆରୀ ୧୩ ତାରିଖରେ କମିସନରେଟ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଆଉ ଅଭିଯୋଗକୁ ଭିତ୍ତିକରି ପୋଲିସ ଏହି ଯୁବକଙ୍କୁ ଗିରଫ କରି ଜେଲ ପଠାଇଥିଲା । ହେଲେ ବାବୁ ଜେତେବେଳେ ଜାମିନରେ ଆସିଲେ ପୁଣି ଆରମ୍ଭ କରିଦେଲେ ତାଙ୍କର ପୁରୁଣା ପ୍ରକୃତି । ବାଲିଗାଁର ଜଣେ ବିଧବା ମହିଳାଙ୍କୁ ତାଙ୍କ ଜାଲରେ ଫସାଇ ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କା ।

{"id":156733}

ସେପଟେ ଏହି ଅସହାୟା ମାନଙ୍କୁ  ସହଯୋଗର ହାତ ବଢାଇଛନ୍ତି ମା ଘର ସ୍ବେସ୍ଥାସେବୀ ସଙ୍ଗଠନର କର୍ମକର୍ତ୍ତା । ସେମାନଙ୍କର କହିବା କଥା ଯେଉଁମାନେ ବାରମ୍ବାର ଅପରାଧ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦ଼ଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ।

{"id":156760}

ତେବେ ପ୍ରିୟ ଏବେ ଭୁବନେଶ୍ବରରେ ପୁଣି ତାଙ୍କର ଆରମ୍ଭ କରିଥିବା କାର୍ଯ୍ୟ ବିରୁଦ୍ଧରେ କମିସନରେଟ ପୋଲିସରେ ଅଭିଯୋଗ ହେଲାଣି । ତେବେ ଏଠାରେ ପ୍ରଶ୍ନ ଉଠୁଛି ପୁର୍ବରୁ କଣ ଦଫାରେ କୋହଳ କରି ପ୍ରିୟକୁ କୋର୍ଟ ଚାଲାଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.