ନକଲି ବ୍ୟାଙ୍କ୍ କର୍ମଚାରୀ କହି ମହିଳାଙ୍କୁ ଠକୁ ଥିବାବେଳେ ଧରାପଡିଲେ ଯୁବକ

Published By : Prameya-News7 Bureau | January 03, 2019 IST

କେନ୍ଦ୍ରାପଡା ୦୩|୦୧: ନକଲି ବ୍ୟାଙ୍କ୍ କର୍ମଚାରୀ କହି ମହିଳାଙ୍କୁ ଠକୁ ଥିବାବେଳେ ଧରାପଡିଲେ ଯୁବକ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଶ୍ୟାମ ସୁନ୍ଦରପୁର ଗାଁରେ। ନିଜକୁ ଇଣ୍ଡିଆନ ବ୍ୟାଙ୍କ ଅଧିକାରୀ ବୋଲି ପରିଚୟ ଦେଇ ମହିଳାଙ୍କୁ ଠକୁ ଥିଲା ଜଣେ ଯୁବକ । ଏହି ଗାଁରେ ସେକ୍ ସମୀର ନାମକ ଜଣେ ଯୁବକ ପହଞ୍ଚି ମହିଳା ମାନଙ୍କୁ ଗୋଷ୍ଠୀ ଋଣ କରାଇ ଦେବାକୁ କହି ପ୍ରତ୍ୟେକଙ୍କଠାରୁ ୬ ଶହ ଟଙ୍କା ଆଦାୟ କରୁଥିଲା। ଖବର ପାଇ ଇଣ୍ଡିଆନ ବ୍ୟାଙ୍କ କେନ୍ଦ୍ରାପଡା ନୂଆ ବସ୍ ଷ୍ଟାଣ୍ଡ ଶାଖା ମ୍ୟାନେଜର ବିଶ୍ବଜିତ୍ ଶ୍ରୀ ଚନରା ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ନକଲି ବ୍ୟାଙ୍କ ଅଧିକାରୀଙ୍କୁ ଚିହ୍ନଟ କରି ପୋଲିସ ଜିମା ଦେଇଥିଲେ। ଯୁବକକୁ ସଦର ଥାନା ଅଟକ ରଖି ପଚରା ଉଚରା କରୁଛି |  ତେବେ ଏହି ଯୁବକଙ୍କର ଏକ ରlକେଟ ଥିବା ପୋଲିସ ଆନୁମାନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.