ସୋସିଆଲ ମିଡିଆରେ ଆଇଏଏସ ବି. ଚନ୍ଦ୍ରକଳାଙ୍କ ନକଲି ଆକାଉଣ୍ଟ, ପୋଷ୍ଟ ହେଉଛି ଅଶ୍ଳିଳ ଫଟୋ, ଥାନାରେ ଅଭିଯୋଗ କଲେ ଚନ୍ଦ୍ରକଳା

Published By : Prameya-News7 Bureau | February 21, 2019 IST

ନୋଏଡ଼ା ୨୧/୨: ଚର୍ଚ୍ଚିତା ଆଇଏଏସ୍ ଅଧିକାରୀ ବି ଚନ୍ଦ୍ରକଳା ପୁଣି ଆଉ ଥରେ ଚର୍ଚ୍ଚାରେ ଅଛନ୍ତି। ଏଥର କାରଣ ହେଉଛି ତାଙ୍କ ନାଁରେ ହୋଇଥିବା ନକଲି ଲିଙ୍କଡଇନ୍ ଆକାଉଣ୍ଟ। ପ୍ରକୃତରେ ସୋଶିଆଲ ସାଇଟ୍ ଲିଙ୍କଡଇନରେ ଆଇଏଏସ ଚନ୍ଦ୍ରକଳାଙ୍କ ନକଲି ଆକାଉଣ୍ଟ ଖୋଲି କରି ବାରମ୍ବାର ଆପତ୍ତିଜନକ ପୋଷ୍ଟ୍ କରାଯାଉଛି। ପୋଷ୍ଟ୍ ଭାଇରାଲ ହେବା ପରେ ଚନ୍ଦ୍ରକଳା ନିଜେ ମିଡିଆକୁ ଏହି ବାବଦରେ ଅବଗତ କରାଇଥିଲେ ଯେ ଏହା ତାଙ୍କ ଅଫିସିଆଲ ଆକାଉଣ୍ଟ ନୁହେଁ। ଏବେ ସେ ନୋଏଡ଼ା ଥାନା ସେକ୍ଟର୪୯ରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି।

{"id":87441,"width":596,"height":447}

ସୂଚନା ଅନୁସାରେ ସାଇବର ଅପରାଧି ବୁକ୍ୟା ଚନ୍ଦ୍ରକଳା ନାମରେ ଲିଙ୍କଡଇନରେ ଆକାଉଣ୍ଟ କରିଛନ୍ତି। ଏହି ଆକାଉଣ୍ଟରେ ମଧ୍ୟ ଚନ୍ଦ୍ରକଳାଙ୍କ ଫଟୋ ଲଗାଇଛନ୍ତି। ଏହା ପରେ ଏଥିରେ ପୋଷ୍ଟ କରିବା ଆରମ୍ଭ କରିବା ଆରମ୍ଭ କରି ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା ଏହିକି ଯେ ଚନ୍ଦ୍ରକଳାଙ୍କ ସାଙ୍ଗଙ୍କ ବ୍ୟତୀତ ଦେଶର କେତେକ ନାମୀଦାମୀ ଆଇଏଏସ୍ ଅଫିସର,ଆଇପିଏସ୍ ଅଫିସର ଏବଂ ଆଇଏଫଏସ୍ ଅଫିସର ଏହାକୁ ଚନ୍ଦ୍ରକଳାଙ୍କ ଅସଲି ଆକାଉଣ୍ଟ ଭାବି ଏଥିରେ ଆଡ୍ ହୋଇଯାଇଥିଲେ। ତାଙ୍କ ଫଟୋକୁ ମଧ୍ୟ ଏଡିଟ୍ କରି ଆକାଉଣ୍ଟରେ ଲୋଡ୍ କରିଛନ୍ତି।

{"id":87442,"width":594,"height":446}

କିଛି ଦିନ ପରେ ଆକାଉଣ୍ଟରୁ ଆପତ୍ତିଜନକ ପୋଷ୍ଟ୍ ହୋଇଥିବାରୁ ସେ ପ୍ରୋଫାଇଲରେ ଆପତ୍ତି କରିଥିଲେ । କିନ୍ତୁ କିଛି ଲାଭ ନ ହେବାରୁ କେତେକ ଅଧିକାରୀ ଏହି ବିଷୟରେ ଚନ୍ଦ୍ରକଳାଙ୍କୁ ଏବାବଦରେ ସୂଚନା ଦେଇଥିଲେ। ମାମଲା ଗୁରୁତର ହେବାରୁ ଆଇଏଏସ୍ ଅଧିକାରୀ ଗୈାତମବୁଦ୍ଧ ନଗରରେ ଅଭିଯୋଗ କରିଥିଲେ। ଏହା ପରେ ତାଙ୍କ ଅଭିଯୋଗକୁ ଆଧାର କରି ସେକ୍ଟର-୪୯ଥାନାରେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ପୋଲିସର ତଦନ୍ତ ଆରମ୍ଭ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.