Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଡବା ଅସଲି ମାଲ୍ ନକଲି : କଟକରେ ବିପୁଳ ପରିମାଣର ନକଲି ପୂଜା ସାମଗ୍ରୀ ଜବତ, ଜଣେ ଗିରଫ

12/09/2020 at 8:33 PM

କଟକ, ୧୨|୦୯ :  କଟକ ମାଲଗୋଦାମ ଥାନା କେନାଲ ରୋଡ ଅଞ୍ଚଳରୁ ନକଲି ପୂଜା ସାମଗ୍ରୀ କାରଖାନା ଠାବ ହୋଇଛି । ନକଲି କାରବାର ଚାଲିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା ମାଲଗୋଦାମ ଥାନା ପୋଲିସ । ନକଲି କାରବାର ଅଭିଯୋଗରେ  ଚଣ୍ଡି ରାଓଙ୍କୁ ଗିରଫ କରି ସହ ଲକ୍ଷାଧିକ ଟଙ୍କାର ନକଲି ସାମଗ୍ରୀ ଜବତ ହୋଇଛି ।

ନକଲି ଘିଅ, ତେଲ ଓ ଜର୍ଦ୍ଦା ପରେ ଏବେ ନକଲି ପୂଜା ସାମଗ୍ରୀ । କଟକରୁ ଠାବ ହୋଇଛି ନକଲି ପୂଜା ସାମଗ୍ରୀ କାରଖାନା । ମାଲଗୋଦାମ କେନାଲ ରୋଡରେ ବେଧଡକ ଚାଲିଥିଲା ନକଲି ମହୁ, ଅଗୁର ଓ ଗୋଲାପ ଜଳ କାରବାର । କୌଣସି ସୂତ୍ରରୁ ଖବର ପାଇ ରେଡ କରିଥିଲା ମାଲଗୋଦାମ ଥାନା ପୋଲିସ । ଲକ୍ଷାଧିକ ଟଙ୍କାର ନକଲି ସାମଗ୍ରୀ ଜବତ କରିଛି ପୋଲିସ । ସେହିପରି ସାମଗ୍ରୀ ତିଆରି ପାଇଁ ବ୍ୟବହୃତ ହେଉଥିବା କାଚ ବୋତଲ, ଷ୍ଟିକର ଓ ସିଲ୍ ଜବତ ହୋଇଛି । ନକଲି ସାମଗ୍ରୀ କାରବାର କରୁଥିବା ଚଣ୍ଡି ରାଓଙ୍କୁ ଗିରଫ କରାଯାଇଥିବା କଟକ ଡିସିପି କହିଛନ୍ତି ।

ପୂର୍ବରୁ କଟକ ସହରରୁ ନକଲି ଘିଅ, ତେଲ. ଜର୍ଦ୍ଦା ଭଳି ସାମଗ୍ରୀ ଜବତ କରିଥିଲା ପୋଲିସ । ନକଲି ସାମଗ୍ରୀ ବିକି ବେପାରୀ ମାଲେମାଲ ହେଉଥିବାବେଳେ ମଣିଷ ଜୀବନ ବିପଦରେ ପଡୁଛି । କେନାଲ ରୋଡରେ ଦୀର୍ଘ ଦିନ ହେବ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ଖବର ପୋଲିସ କଣ ସ୍ଥାନୀୟ ଲୋକ ବି ଟେର ପାଇନଥିଲେ । କଟକ ସହରର ବିଭିନ୍ନ ଗଳିକନ୍ଦିରେ ଏଭଳି ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ହୋଇପଡିଥିବା ଅନେକ ଲୋକ ଅଭିଯୋଗ କରିଛନ୍ତି।

   Related Posts