ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଡିଓଙ୍କୁ ମଦ୍ୟପଙ୍କ ଦୁର୍ବ୍ୟବହାର

Published By : Prameya-News7 Bureau | October 18, 2019 IST

ଭଣ୍ଡାରିପୋଖରୀ ୧।୧୦: ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମଦ୍ୟପଙ୍କ ଦୁର୍ବ୍ୟବହାର । ପୋଲିସ ସମ୍ମୁଖରେ ମଧ୍ୟ ମାଡ ମାରିବାକୁ ଉଦ୍ୟମ କରାଯାଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଗୋଷ୍ଠୀ ଉନୟନ ଅଧିକାରୀ ଦୁର୍ଗା ଚରଣ ମୁର୍ମୁ ଏ ଘଟଣା ନେଇ ଧାମନଗର ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି ।

{"id":171299}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ କେତେକ ମଦ୍ୟପ ଯୁବକ ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗାଳିଗୁଲଜ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚିବା ପରେ ମଧ୍ୟ ଯୁବକ ଜଣଙ୍କ ତାଙ୍କୁ ଧମକ ଦେବା ସହ ମାଡ ମାରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି । ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପରେ ଛାଡିଦେଇଥିବା ସୂଚନା ମିଳିଛି । ଅନ୍ୟପଟେ ଅଭିଯୁକ୍ତକୁ ଗିରଫ ନ କଲେ ବ୍ଲକ୍ କାର୍ଯ୍ୟାଳୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି କର୍ମଚାରୀମାନେ ଧମକ ଦେଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.