ଦିଲ୍ଲୀରୁ ଗୁଜୁରାଟ ଯାଉଥିଲା କୋଟି କୋଟି ଟଙ୍କା : ଡୁଙ୍ଗରପୁର ପୋଲିସ ଜବତ କଲା ଟଙ୍କା, ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | May 23, 2021 IST

ରାଜସ୍ଥାନ ୨୩/୫ : ରାଜସ୍ଥାନର ଡୁଙ୍ଗରପୁର ପୋଲିସକୁ ସଫଳତା । ଗୁଜରାଟକୁ ଯାଉଥିବା ଗୋଟିଏ ଗାଡିରୁ କୋଟି କୋଟି ଟଙ୍କା ଜବତ କରିଛି ପୋଲିସ । ଜିଲ୍ଲାର ବିଛିୱାଡା ପୋଲିସ ଷ୍ଟେସନ ଜାତୀୟ ରାଜପଥରୁ ୪.୫ କୋଟି ନଗଦ ଟଙ୍କା ଜବତ ହୋଇଛି । ଏହାସହ ହାୱାଲାର ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି କୋଟି କୋଟି ଟଙ୍କା ଦିଲ୍ଲୀରୁ ଗୁଜୁରାଟକୁ ନିଆଯାଉଥିବା ଜଣାପଡିଛି ।

ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି । ଏଥି ସହିତ ଏହା ହାୱାଲାର ଟଙ୍କା ବୋଲି ଦାବି କରାଯାଉଛି । ଡିଏସପି ମନୋଜ ସାଓ୍ୱରିଆ କହିଛନ୍ତି ଯେ ବର୍ତ୍ତମାନ ଟଙ୍କା ଜବତ କରାଯିବା ପରେ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି । ପ୍ରାଥମିକ ସୂଚନା ଅନୁଯାୟୀ ଏହା ହାୱାଲା ସହ ଜଡିତ ଏକ ମାମଲା ପରି ମନେହୁଏ । ତେବେ ଆଶ୍ଚର୍ଯ୍ୟକର କଥା ପୋଲିସ ଷ୍ଟେସନରେ ଏତେ ସଂଖ୍ୟକ ନୋଟ୍ ଗଣିବା ପାଇଁ କୌଣସି ମେସିନ୍ ନଥିଲା । ତେଣୁ ବ୍ୟାଙ୍କରୁ ମେସିନ୍ ମଧ୍ୟ ଅର୍ଡର କରିବାକୁ ପଡିଲା । କେବଳ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଯେତେବେଳେ ନୋଟ୍ ଗଣାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.