ପତ୍ନୀ ସହାୟତାରେ ସ୍ବାମୀ କରୁଥିଲା ନାବାଳିକାକୁ ଦୁଷ୍କର୍ମ : ଦମ୍ପତ୍ତିଙ୍କୁ ଆଜୀବନ କାରାଦଣ୍ଡ
19/06/2019 at 12:38 PM

୧୯/୬: ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାରେ ପକ୍ସୋ ଆକ୍ଟ ଅନୁସାରେ ଅଢ଼େଇ ବର୍ଷ ପୁରୁଣା ଜଣେ ନାବାଳିକାର ଅପହରଣ ଏବଂ ଦୁଷ୍କର୍ମ ମାମଲାରେ ସ୍ବାମୀ ଏବଂ ସ୍ତ୍ରୀକୁ ଦୋଷୀ ସାବ୍ୟସ୍ତ କରି ଉଭୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଦମ୍ପତ୍ତିଙ୍କ ଉପରେ ୧୫-୧୫ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଯାଇଛି।
ଏହି ମାମଲା ଦୋବଡ଼ା ଥାନା ଅଞ୍ଚଳରେ ଘଟିଥିଲା। ଏଠାରେ ୨୦୧୭ମସିହା ଅଗଷ୍ଟ ୧୫ତାରିଖରେ ପୁନାଲି ବାସିନ୍ଦା କାନ୍ତିଲାଲ ଏବଂ ପତ୍ନୀ ସରୋଜ ପ୍ରଲୋଭନ ଦେଖାଇ ଜଣେ ନାବାଳିକାକୁ ଅପହରଣ କରି ନେଇଯାଇଥିଲେ। କାନ୍ତିଲାଲ ନିଜ ପତ୍ନୀ ସରୋଜଙ୍କ ସହାୟତାରେ ନାବାଳିକାକୁ ଦୁଷ୍କର୍ମ କରୁଥିଲା। ପରେ ପୀଡ଼ିତା ନାବାଳିକା ଯେକୈାଣସିମତେ ନିଜର ଜୀବନ ବଞ୍ଚାଇ ସେଠାରୁ ଖସି ଘରକୁ ପହଞ୍ଚିଥିଲା। ପୀଡ଼ିତା ଘରେ ପହଞ୍ଚି ସବୁ କଥା ଘରଲୋକଙ୍କୁ କହିଥିଲା। ଏହାପରେ ସେ ପରିବାର ଲୋକଙ୍କ ସହ ଦୋବଡ଼ା ଥାନା ଯାଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
ପୋଲିସ୍ ଏହି ମାମଲା ରୁଜୁ କରି ଅଭିଯୁକ୍ତ କାନ୍ତିଲାଲ ଏବଂ ସରୋଜକୁ ଗିରଫ କରିଥିଲା। ପରେ ଯାଞ୍ଚ କରି ଦୁଇ ଜଣଙ୍କ ବିରୋଧରେ ଚାଲାଣ ଜାରି କରିଥିଲା। ପ୍ରକରଣରେ ପକ୍ସୋ କୋର୍ଟ ଅନୁସାରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡ ଣୁଣାଯାଇଥିଲା ଏବଂ ୧୫-୧୫ହଜାର ଟଙ୍କାର ଜୋରିମାନା ଲଗାଯାଇଥିଲା।