Saturday, January 18, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୋକାନ ଉପରେ ମାଡିଗଲା ଡମ୍ପର, ଅଳ୍ପକେ ବର୍ତ୍ତିଲେ ଲୋକ

ନିଶ୍ଚିନ୍ତକୋଇଲି ୧୨।୧: କଟକ ଜିଲ୍ଲା ମାହାଙ୍ଗା ଥାନା କୋଠପଦା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଛକ ନିକଟରେ ଦାମୋଦର ହୋଟେଲ ଉପରକୁ ମାଡିଯାଇଛି ଡମ୍ପର । ଅଳ୍ପକେ ବର୍ତ୍ତିଗଲା ଲୋକଙ୍କ ଜୀବନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡମ୍ପରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।

ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଅତ୍ୟଧିକ କୁ‌ହୁଡି ଯୋଗୁଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ତେବେ ବେଳେ କେଉଁ ପରିସ୍ଥିତିରେ ଡମ୍ପରଟି ହୋଟେଲ ଭିତରକୁ ମାଡିଗଲା ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ।

216 Views

   ସମ୍ବନ୍ଧିତ ଖବର


Loading...