ଡମ୍ପର ଧକ୍କାରେ ଡମ୍ପର ମାଲିକଙ୍କ ମୃତ୍ୟୁ

Published By : Prameya-News7 Bureau | April 29, 2020 IST

ବଡ଼ବିଲ୨୯/୪: ଅଜଣା ଡମ୍ପର ଧକ୍କାରେ ଡମ୍ପର ମାଲିକଙ୍କ ମୃତ୍ୟୁ । ବୁଧବାର ସକାଳୁ ବଡ଼ବିଲ କଳିଙ୍ଗ ନଗର ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ଭଦ୍ରାସାହି ଅଞ୍ଚଳର ଡମ୍ପର ମାଲିକ ସୁରେଶ ଧଳ । ମିଳିଥିବା ସୂଚନା ଅନୁଯାୟୀ,  ସୁରେଶ ଧଳଙ୍କ  OR14 G 3668 ନମ୍ବରର ଏକ ଡମ୍ପର ବଡ଼ବିଲ- ବଲାଣୀ ରାସ୍ତାର କଳିଙ୍ଗ ନଗର ଠାରେ ବ୍ରେକଡାଉନ୍ ହୋଇ ରାସ୍ତାର ବାମପାର୍ଶ୍ୱରେ ଛିଡ଼ା ହୋଇଥିଲା।

{"id":262092,"sizeSlug":"large"}

ସୁରେଶ ମେକାନିକକୁ ନେଇ ଗାଡି ରିପେୟାରିଂ କାମ କରାଉଥିବା ବେଳେ, ଏକ ଅଜଣା ଡମ୍ପର ତାଙ୍କୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଯାହାଫଳରେ ନିଜ ଡମ୍ପରରେ ଚାପିହୋଇ ସୁରେଶଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମେକାନିକ। ଦୁର୍ଘଟଣା ଘଟାଇଥିବା ଡମ୍ପରଟି ବ୍ୟାକ କରି ସେଠାରୁ ଖସି ପଳାଇ ଯାଇଥିବା ଜଣାପଡିଛି । ବଡ଼ବିଲ ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.