ମର୍ମନ୍ତୁଦ ସଡକ ଦୁର୍ଘଟଣା : କାର୍ ଉପରେ ମାଡିଗଲା ସିମେଣ୍ଟ ବୋଝେଇ ଡମ୍ଫର

Published By : Prameya-News7 Bureau | October 04, 2019 IST

ସୁନ୍ଦରଗଡ ୪।୧୦: ସୁନ୍ଦରଗଡ ୧୦ ନମ୍ବର ରାଜ୍ୟ ରାଜପଥ କୁତ୍ରା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । କାର୍ ଉପରେ ମାଡିଯାଇଛି ସିମେଣ୍ଟ ବୋଝେଇ ଡମ୍ଫର । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗୋଟିଏ ପରିବାରର ୩ ଜଣ ।

{"id":166171}

ସୂଚନାଯୋଗ୍ୟ ଯେ, ରାଉରକେଲାରୁ ଏକ କାର୍ ଯୋଗେ ମଧ୍ୟପ୍ରଦେଶର ସିଂରୋଲିକୁ ଏକ କାରରେ ଗୋଟିଏ ପରିବାର ଯାଉଥିବା ବେଳେ କୁତ୍ରା ନିକଟରେ ଦୁର୍ଘଟଣା ଘଟିଥିଲା । କାର୍ ଉପରେ ମାଡିଯାଇଥିଲା ଡମ୍ଫର । କାର୍ ଟି ସଂପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିବା ବେଳେ ସୌଭାଗ୍ୟ ବଶତଃ ସମସ୍ତେ ରକ୍ଷା ପାଇଯାଇଛନ୍ତି । କାର୍ ସ୍ବାମୀ, ସ୍ତ୍ରୀ ଏବଂ ୭ବର୍ଷର ଝିଅ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.