ତିହାର ଜେଲରେ ରିହରସେର୍ଲ : ଅଖାରେ କାଦୁଆ ମାଟି ଭର୍ତ୍ତି କରି ୪ ଦୋଷୀଙ୍କ ଡମିକୁ ଝୁଲାଇଲେ
13/01/2020 at 9:38 AM

ନୂଆଦିଲ୍ଲୀ ୧୩/୧: ଆସନ୍ତା ୨୨ରେ ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ । ଏଥିପାଇଁ ତିହାର ଜେଲରେ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଫାଶୀ ପାଇଁ ଦଉଡି, ଫାଶ ଇତ୍ୟାଦିର ମାପ ପ୍ରସ୍ତୁତ ହୋଇସାରିଥିବା ବେଳେ ପରୀକ୍ଷାମୂଳକ ଫାଶୀ ଦିଆଯାଇଛି ।
ଦୋଷୀଙ୍କ ଓଜନ ଆଧାରରେ ସେମାନଙ୍କ ଡମି ପ୍ରସ୍ତୁତ କରାଯାଇ ଫାଶୀ ଦିଆଯାଇଛି । ବଡ ଅଖାରେ କାଦୁଆ ମାଟି ଭର୍ତ୍ତି କରି ପ୍ରତ୍ୟେକ ଦୋଷୀଙ୍କର ଡମିକୁ ଫାଶୀ ଦିଆଯାଇଛି । ଜେଲ୍ କର୍ମଚାରୀମାନେ ଏହି ଅଭ୍ୟାସରେ ସାମିଲ ହୋଇଥିଲେ । ଆଗକୁ ପୁନର୍ବାର ଏଭଳି ରିହର୍ସଲ ହେବ । ଉତ୍ତରପ୍ରଦେଶର ମିରଟ ଜେଲରୁ ଘାତକ ପବନ ଜହ୍ଲାଦଙ୍କୁ ଡକାଯାଇଛି । ଏଥିରେ ସେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି।