Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ନଈ ଆଁ’ରେ ଲୀନ ହୋଇଯିବ ଗାଁ : ଗତିପଥ ବଦଳାଇ ଦୁଗୁଧା ପଞ୍ଚାୟତ ଆଡକୁ ମାଡି ଆସୁଛି ଦେଓନଦୀ

18/10/2021 at 8:47 AM

ଉଦଳା ୧୮/୧୦:   ଗ୍ରାମ ପାଇଁ ମାଡି ଆସୁଛି ବିପଦ । ନଦୀ ଆଁରେ ଲୀନ ହୋଇଯିବ ଗ୍ରାମ ଏବଂ ଚାଷଜମି । କିଛି ଜମି ଏବଂ ଘର ନଦୀ ଗର୍ଭରେ ଲୀନ ହୋଇ ସାରିଥିବା ବେଳେ ନଦୀର କରାଳ ରୂପ ଗ୍ରାମବାସୀଙ୍କ ଚିନ୍ତାକୁ ବଢାଇ ଦେଇଛି । ଯାହାକୁ ନେଇ ଆଶା ଓ ଆଶଙ୍କାରେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ଦେଓ ନଦୀ କୂଳରେ ଅବସ୍ଥିତ ଦୁଗୁଧା ପଞ୍ଚାୟତର ବିଭିନ୍ନ ଗ୍ରାମ ନଦୀରେ ଲୀନ ହେବାକୁ ବସିଲାଣି ।

ନଦୀ କୂଳରେ ଗ୍ରାମ ।  ଖରାଦିନେ ଜଳସ୍ତର ଟିକିଏ କମ୍‌ ରୁହେ । ହେଲେ ଏହି ନଦୀ ଏବେ ଗ୍ରାମବାସୀଙ୍କ ଦୁଖର କାରଣ ପାଲଟିଛି । କାରଣ ପାଣି ଆସିବା ଫଳରେ ନଦୀ କୂଳ ଖାଇ ଚାଷ ଜମି ଏବଂ ଘରକୁ ନିଜ ଗର୍ଭକୁ ନେଇ ସାରିଲାଣି । ଦୁଗୁଧା ପଞ୍ଚାୟତର ଅଧିନରେ ଥିବା ପଣସଗଡି, ଆମ୍ବଡିହା, ବାଙ୍କାପାଳ ଗ୍ରାମ ପାର୍ଶ୍ବରେ ପ୍ରବାହିତ ହୋଇଛି ଦେଓ ନଦୀ । ନଦୀକୁ ନେଇ ଚିନ୍ତାରେ ଗ୍ରାମବାସୀ । କାହିଁକି ନା ଦିନକୁ ନଈ ନିଜର ଆୟତନ ବୃଦ୍ଧି କରିବା ସହିତ ଗତିପଥ ବଦଳାଇ ଗ୍ରାମ ଆଡକୁ ମାଡି ଆସୁଛି । ତତସହିତ କୂଳ ଖାଇବାରେ ଲାଗିଛି । ବର୍ଷାଦିନେ ଏହାର ଜଳସ୍ତର ବୃଦ୍ଧି ହେବା ସହିତ କରାଳ ରୂପ ଧାରଣ କରିଥାଏ । ଫଳରେ ଉଦଳା ବ୍ଲକ ଅଂଚଳରେ ପ୍ରତିଥର ଲଗାଣ ବର୍ଷା ହେଲେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ ।

ଏବେ ସୁଦ୍ଧା ନଦୀ ଗର୍ଭରେ ପାଖାପାଖି ୧୦୦ ଏକରରୁ ଅଧିକ ଚାଷ ଜମି  ଲୀନ ହୋଇ ସାରିଥିବା ବେଳେ କିଛି ଘର ମଧ୍ୟ ଲୀନ ହୋଇଛି । ବର୍ଷା ଦିନ ଆସିଲେ ଗ୍ରାମବାସୀମାନେ ନିଜର ଜୀବନ ରକ୍ଷା କରିବା ନିମନ୍ତେ ଅନ୍ୟ ଗ୍ରାମରେ ଆଶ୍ରୟ ନେଇଥାନ୍ତି । ବିଶେଷକରି ଧାନ ଏବଂ ପରିବା ଚାଷଜମି ଲୀନ ହୋଇ ସାରିଥିବା ବେଳେ ଚାଷୀମାନଙ୍କର ନାହିଁ ନ ଥିବା କ୍ଷତି ହୋଇଥାଏ । ଆଡିରେ ପଥର ପ୍ୟାକିଂ କରିବା ନିମେ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାହାର କୌଣସି ସୁଫଳ ମିଳିପାରିନାହିଁ ।  ତେବେ ଗ୍ରାମର ଏହି ସମସ୍ୟା ସମାଧାନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସମେତ ନିର୍ବାଚିତ ପ୍ରତିନିଧି ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି । ନଚେତ୍‌ ଦେଓ ନଦୀରେ ଯେ କେବେ ଏହି ତିନି ଗ୍ରାମ ଲୀନ ନ ହୋଇଯିବ କହିବା ମୁସ୍କିଲ୍‌ ।

   Related Posts