Monday, December 9, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଲ୍ଲୀରେ ଜଣେ ଯୁବକ ଚିପା ଜିନ୍ସ ପିନ୍ଧିବାରୁ ହେଲା ହାର୍ଟ ଆଟାକ୍ – ଡାକ୍ତର କହିଲେ ଏହା ଥିଲା କାରଣ, ନିଶ୍ଚିତ ପଢ଼ନ୍ତୁ

ନୂଆଦିଲ୍ଲୀ୨୧/୧୧: ବର୍ତ୍ତମାନ ସମୟରେ ଚିପା ଜିନ୍ସ ପିନ୍ଧିବା ଗୋଟିଏ ଫ୍ୟାଶନ ହୋଇଗଲାଣି। ଡାକ୍ତରଙ୍କ କହିବା ଅନୁସାରେ ଟାଇଟ୍ ଚିପା ପୋଷାକ ପିନ୍ଧିବା ଯୋଗୁଁ  ରକ୍ତ ସଂଞ୍ଚାଳନ ହୋଇ ନ ପାରି ପୁଲମେନାରୀ  ଏମ୍ବୋଲିଙ୍ଗ୍ ଯୋଗୁଁ  ହାର୍ଟ ଆଟାକ୍‌ ବା ହୃଦଘାତ ଆସି ପାରେ। ଦିଲ୍ଲୀରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷ ବୟସ୍କ ସୌରଭ୍ ଟାଇଟ୍ ଜିନ୍ସ ପ୍ୟାଣ୍ଟ ପିନ୍ଧି ସାଙ୍ଗମାନଙ୍କ ସହ ଋଷିକେଶ ଯାଉଥିଲେ। କିଛି ବାଟ ଅତିକ୍ରମ କରିବା ପରେ  ସୌରଭଙ୍କୁ ନିଦ ଲାଗିଥିଲା। ସାଙ୍ଗମାନଙ୍କ ସହ କର୍ତ୍ତାବାର୍ତ୍ତାରେ ହେବାଫଳରେ ସେ ଶୋଇ ନ ଥିଲେ। ତିନି ଦିନ ପରେ ଦିଲ୍ଲୀରେ ପହଞ୍ଚିବା ପରେ ଶ୍ୱାସକ୍ରିୟା ବା ନିଃଶ୍ବାସ-ପ୍ରଶ୍ବାସ ନେବାରେ ସେ କଷ୍ଟ ଅନୁଭବ କରିଥିଲେ।  ଏଥିପାଇଁ ଦିଲ୍ଲୀରେ ଏକ ଘରୋଇ ହସପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସୌରଭଙ୍କୁ ପରୀକ୍ଷା କରିବା ପରେ ଜଣାପଡ଼ିଥିଲା ଯେ ଚିପା ଜିନ୍ସ ପିନ୍ଧିବାରୁ ପୁଲମେନାରୀ  ଏମ୍ବୋଲିଙ୍ଗ୍ ହୋଇଛି ଏଥିଯୋଗୁଁ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା।

ସୌରଭ ଘରକୁ ଫେରିବା ପରେ ପଲ୍‌ମୋନାରୀ ଏମ୍ବୋଲିଙ୍ଗ୍(ପିଇ) ହୋଇଥିବା ଜଣାପଡ଼ିଥିଲା ଯେ ଚିପା ଜିନ୍ସ ପିନ୍ଧିବା ଯୋଗୁଁ ଅଧିକାଂଶ ସମୟରେ ଏପରି ସ୍ଥିତି ଉପୁଜି ପାରେ ।  ଦୀର୍ଘ ସମୟ ଧରି ଚିପା ପୋଷାକ ପିନ୍ଧିବା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇ ପାରି ନ ଥାଏ। ଏହି ସମୟରେ ନିଦ ଓ ଥକ୍କା ଲାଗିଥାଏ।  ଏହି ପରିସ୍ଥିତିରେ ମଣିଷର ରକ୍ତ ସଞ୍ଚାଳନ ବନ୍ଦ ହେବା ଯୋଗୁଁ ହାର୍ଟ ଆଟାକ୍ ଆସିଥାଏ। ଡାକ୍ତରଙ୍କ କହିବା ଅନୁସାରେ ବର୍ଷକୁ ପାଖାପାଖି ୧୦ ଲକ୍ଷ ଲୋକ ଏହି ଟାଇଟ୍ ପୋଷାକ ପିନ୍ଧିବା ଦ୍ବାରା ହାର୍ଟ ଆଟାକ୍‌ରେ ଶିକାର ହୋଇଥାଆନ୍ତି।

ଏକ ଘରୋଇ ହସ୍ପିଟାଲ ବରିଷ୍ଠ ଡାକ୍ତର ଭାମରୀଙ୍କ କହିବା ଅନୁସାରେ ସୌରଭ ଯେତେବେଳେ ହସ୍ପିଟାଲ ଆସିଥିଲେ ତାଙ୍କ ପଲ୍‌ସ ମିନିଟପିଛା  ଅତି କମ୍‌ ଥିଲା ଏହା ପ୍ରତି ମିନିଟ୍‌ ୨୦ରୁ ତଳକୁ ଚାଲିଯାଇଥିଲା । ତାଙ୍କର ବିପି(ବ୍ଲଡ୍‌ ପ୍ରେସର) ଜଣା ପଡ଼ୁ ନ ଥିଲା।   ଶରୀର ନୀଳ ପଡ଼ି ଯାଇଥିଲା। ଡାକ୍ତର ୪୫ ମିନିଟ୍‌ ପର୍ଯ୍ୟନ୍ତ ତାଙ୍କ ଛାତି ଦବାଇ ସିପିଆର ଦେଇଥିଲେ।  ପରେ ତାଙ୍କୁ ଜୀବନ ରକ୍ଷା ପ୍ରଣାଳୀ ବା ଲାଇଫ ସପୋର୍ଟିଂ ସିଷ୍ଟମ ଉପରେ ରଖାଯାଇଥିଲା ।  ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା ।

406 Views

   ସମ୍ବନ୍ଧିତ ଖବର