ଅତିରୁ ଇତି , ତାତିଲେ ଜନତା,ଟ୍ରାଫିକ ଜରିମାନାକୁ ନେଇ ରାଜମହଲ ଛକ ପାଲଟିଲା ରଣକ୍ଷେତ୍ର

Published By : Prameya-News7 Bureau | September 07, 2019 IST

ଭୁବନେଶ୍ୱର – ନୂଆ ଟ୍ରାଫିକ୍‌ ନିୟମ ପରେ ହଠାତ୍‌  ପୁଲିସ ଓ ପରିବହନ ଅଧିକାରୀ ବା ଆର୍‌ଟିଓ କର୍ମଚାରୀ ଅଧିକ ସକ୍ରିୟ ହୋଇ ପଡିଛନ୍ତି । ଆଗରୁ ଏପରି କଡା କଡି ଭାବେ କେବେ ବି  ସକ୍ରିୟ ନଥିବା ଟ୍ରାଫିକ ଓ ଆରଟିଓ ଅଧିକାରୀଙ୍କ ସକ୍ରିୟତା ଯୋଗୁଁ ଅନେକ ସାଧାରଣ ଲୋକ ହଇରାଣ ହୋଇଛନ୍ତି ।

{"id":154282}

ଟ୍ରାଫିକ ନିୟମ ନାମରେ କେତେବେଳେ ପ୍ରଦୁଷଣ ପ୍ରମାଣ ପତ୍ର(ପଲ୍ୟୁସନ)ତ କେତେବେଳେ ଗାଡିର ଫିଟନେସ୍‌ ତାକୁ ନେଇ ସାଧାରଣ ଲୋକ ହଇରାଣ ହେଉଥିବା ଅଭିଯୋଗ ହୋଇଛି  । ହେଲେମେଟ୍‌ ନ ପିନ୍ଧିବା, ମଦ୍ୟପ ଚାଳକ, ଲାଇସେନ୍ସ ନଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ସମର୍ଥନ କରିଛନ୍ତି । ମାତ୍ର ଅତ୍ୟଧିକ ସକ୍ରିୟତାକୁ ନେଇ ଅନେ ପ୍ରଶ୍ନ କରିଛନ୍ତି ।

{"id":154283}

ଏହାକୁ ନେଇ ରାଜଧାନୀର  ବ୍ୟସ୍ତ ବହୁଳ ରାଜମହଲ ଛକରେ ପୁଲିସ ଓ ଜନତା ମୁହାଁ ମୁହିଁ ହୋଇଥିଲେ । କଥା କଟା କଟିରୁ ଠେଲା ପେଲା । ଶେଷକୁ ପୁଲିସକୁ ଶକ୍ତି ପ୍ରୟୋଗ କରିବାକୁ ପଡିଛି । ଉତ୍ୟକ୍ତ ଜନତା ପୁଲିସ ଲାଠି ମାଡର ଶିକାର ହୋଇଛନ୍ତି ।  ଘଟଣାସ୍ଥଳରେ ଅଧିକ ପୁଲିସ ବଳ ପଠାଯିବା ସହ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚିଛନ୍ତି  ଗୋଟି ପଟେ  ହଠାତ୍‌ ଟ୍ରାଫିକ୍‌ ନିୟମ ପାଇଁ ଏତେ ଅଧିକ ସକ୍ରିୟତାକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

{"id":154284}

ରାଜମହଲ ଛକରେ ପୁଲିସ ପକ୍ଷରୁ ଶହ ଶହ ଗାଡିକୁ ଅଟକା ଯାଇ ଯେନତେନ ପ୍ରକାରେ ଜରିମାନା ଆଦାୟ କରାଯାଉଥିବା ଅଭିଯୋଗ କରାଯାଇଥିଲା । ପୋଲିସ ଗାଡିର ଫିଟନେସ୍ କାଗଜପତ୍ର ମାଗିଥିଲେ ଉତ୍ତ୍ୟକ୍ତଲୋକେ । ପୋଲିସ ଗାଡି ଡ୍ରାଇଭରକୁ ମଧ୍ୟ ଲାଇସେନ୍ସ ମାଗିଛନ୍ତି । ଅନ୍ୟପଟେ ମୋ ବସ୍‌ ରେ ଓଭର ଲୋଡିଂ ପାଇଁ ଫାଇନ୍ ଦାବି କରିଛନ୍ତି ଲୋକେ । ରାଜମହଲ ଛକରେ ମୋ ବସ୍ କୁ ଅଟକାଇଲେ ସାଧାରଣଲୋକ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଶହ ଶହ ସଂଖ୍ୟାରେ ସାଧାରଣ ଲୋକ ରୁଣ୍ଡ ହୋଇଛନ୍ତି ଲୋଲେ । ପରିସ୍ଥିତିକୁ ଆୟତ୍ତ କରିବାକୁ ଲାଠିଚାର୍ଜ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.