ଏହି କାରଣରୁ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରୁ ଗୃହରେ ଅନୁପସ୍ଥିତ ରହିଲେ ସାଂସଦ ନୁସରତ୍ ଜହାଁ, ପରିବାର ଲୋକ କହିଲେ ଅଲଗା କାରଣ…

Published By : Prameya-News7 Bureau | November 18, 2019 IST

ନୂଆଦିଲ୍ଲୀ୧୮/୧୧: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ସାଂସଦ ତଥା ଅଭିନେତ୍ରୀ ନୁସରତ୍‌ ଜହାଁ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରୁ ଗୃହରେ ଅନୁପସ୍ଥିତ ରହିଛନ୍ତି। ସୂଚନା ଅନୁସାରେ ନିଃଶ୍ବାସ ଓ ପ୍ରଶ୍ବାସରେ ନୂସରତ୍ କଷ୍ଟ ଅନୁଭବ କରିବାରୁ  ଗତ ରବିବାର ତାଙ୍କୁ  କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ଅସୁସ୍ଥ କାରଣରୁ ସେ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରୁ ସଂସଦରେ ଅନୁପସ୍ଥିତ ରହିଛନ୍ତି।

{"id":186191,"sizeSlug":"large"}

ନଭେମ୍ବର ୧୮ ତାରିଖରେ  ନୁସରତ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ ବୋଲି ସାଂସଦଙ୍କ ମୁଖପାତ୍ର ଅଭିଷେକ୍ ମଜୁମଦାର୍‌ କହିଛନ୍ତି। ଅନ୍ୟପଟେ ନୁସରତ ଶ୍ବାସ ଜନିତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କଥା ତାଙ୍କ ପରିବାର ଲୋକ ଖଣ୍ଡନ କରିଛନ୍ତି। ପରିବାର ଲୋକ କହିଛନ୍ତି ଓଭର ଡୋଜ୍ ଔଷଧ କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

୨୦୧୯ ମସିହା ଲୋକସଭା ନିର୍ବାଚନରେ ନୁସରତ ତୃଣମୂଳ କଂଗ୍ରେସ ଦଳରୁ ବସୀର୍‌ହାଟ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ। ସାଢ଼େ ତିନି ଲକ୍ଷରୁ ଅଧିକ ଭୋଟ୍‌ରେ ନୁସରତ୍‌ ବିଜୟ ହାସଲ କରିଥିଲେ। ଗତ ଶନିବାର ନୁସରତ ତାଙ୍କ ସ୍ବାମୀ ନିଖିଲଙ୍କ ଜନ୍ମ ଦିନ ଅବସରରେ ନଜର ଆସିଥିଲେ। ସ୍ବାସ୍ଥ୍ୟାବସ୍ଥା କାରଣରୁ ନୁସରତ ଶୀତକାଳୀନ ଅଧିବେଶନରେ ଅନୁପସ୍ଥିତ ରହିଥିଲେ।  ନିଜ ସୌନ୍ଦର୍ଯ୍ୟ ଓ ପରିପାଟୀ ଯୋଗୁଁ ନୁସରତ ସବୁବେଳେ ଚର୍ଚ୍ଚାରେ ରହନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.