ରାତାରାତି ଷ୍ଟାର ହୋଇଥିବା ରାନୁ ମଣ୍ଡଲଙ୍କୁ କାହିଁକି ଛାଡ଼ି ଦେଇଥିଲେ ତାଙ୍କ ସ୍ବାମୀ? : ଜାଣନ୍ତୁ

Published By : Prameya-News7 Bureau | August 31, 2019 IST

ମୁମ୍ବାଇ ୩୧/୮: ରାନୁ ମଣ୍ଡଲଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଆଜି ସେ ଦେଶ ପାଇଁ ଏକ ଦୀପ୍ତିମନ୍ତ ତାରକା ଭାବେ ଉଭା ହୋଇଛନ୍ତି। ସୋଶିଆଲ ମିଡିଆ ଜରିଆରେ ସମଗ୍ର ବିଶ୍ବର ହୃଦୟ ଜିତିଥିବା ରାନୁ ମଣ୍ଡଲଙ୍କ ପରିବାରକୁ ନେଇ ଅନେକ କଥା ସାମନାକୁ ଆସିଛି।

{"id":151260}

ସୂଚନା ଅନୁଯାୟୀ ରାନୁଙ୍କ ଦୁଇଥର ବିବାହ ହୋଇଥିଲା ଏବଂ ପ୍ରଥମ ସ୍ବାମୀ ଗୀତ ପାଇଁ ତାଙ୍କୁ ଛାଡ଼ି ଦେଇଥିଲେ।

{"id":151261}

ରାନୁଙ୍କୁ ଲୋକପ୍ରିୟ କରିଥିବା ସଫ୍ଟଓ୍ବେୟାର ଇଞ୍ଜିନିୟର ଅତୀନ୍ଦ୍ର ଚକ୍ରବର୍ତ୍ତୀ କହିଛନ୍ତି ଯେ ସେ ଦୁଇ ଥର ବିବାହ କରିଥିଲେ। ପ୍ରଥମ ସ୍ବାମୀ ପଶ୍ଚିମ ବଙ୍ଗର ବାସିନ୍ଦା ଥିଲେ ଯିଏ ରାନୁଙ୍କ ଯତ୍ନ ନେଉନଥିଲେ। ରାନୁ କ୍ଲବରେ ଗୀତ ଗାଉଥିଲେ କିନ୍ତୁ ତାଙ୍କର ଲୋକପ୍ରିୟତାକୁ ଶ୍ବଶୁର ଘର ଲୋକେ ସହି ପାରୁନଥିଲେ। ରାନୁ ଗୀତ ଗାଇବା ବନ୍ଦ କରି ଦେଇଥିଲେ ଏହା ସତ୍ବେ ମଧ୍ୟ ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ି ଦେଇଥିଲେ।

{"id":151262}

ପ୍ରଥମ ସ୍ବାମୀଙ୍କଠୁ ରାନୁଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ତାଙ୍କ ପ୍ରଥମ ବିବାହ ବିଚ୍ଛେଦ ପରେ ୨୦୦୦ମସିହାରେ ସେ ମୁମ୍ବାଇ ଚାଲିଆସିଥିଲେ। ଏଠାରେ ଆସି ସେ ଫିରୋଜ ଖାନଙ୍କ ଭଳି ବଡ଼ ସୁପରଷ୍ଟାରଙ୍କ ଘରେ କାମ କରୁଥିଲେ। ଏଠାରେ ତାଙ୍କର ସାକ୍ଷାତ ବବଲୁ ମଣ୍ଡଲଙ୍କ ସହ ହୋଇଥିଲା । କିଛି ଦିନ ପରେ ଦୁହେଁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କର ମୃତ୍ୟୁ ପରେ ରାନୁ ପୁଣି ଥରେ ପଶ୍ଚିମ ବଙ୍ଗ ଫେରି ଆସିଥିଲେ ଏବଂ ଏଠାରେ ଗୀତ ଗାଇ ଟଙ୍କା ମାଗୁଥିଲେ।

{"id":151263}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.