Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||

ପିତୃ ହତ୍ୟାକାରୀ ପୁତ୍ରକୁ ଧରାଇ ଦେଲା ଲକ୍‌ଡାଉନ୍‌: ବର୍ଷେ ପରେ ଘରକୁ ଫେରି ବନ୍ଧା ହେଲା

10/06/2020 at 3:38 PM

ସୋର୧୦/୬: ଲକ୍‌ଡାଉନ୍ ଏବଂ ସଟଡାଉନ୍ ଯୋଗୁଁ‌ ହେଲା ପିତୃହନ୍ତା ପୁଅ। ମଦ ବିକ୍ରି କରିବାକୁ ବାପା ବିରୋଧ କରିବାରୁ ନିଶାସକ୍ତ ଅବସ୍ଥାରେ ପୁଅର ଭୁଜାଲି ଚୋଟରେ ବାପାଙ୍କ ମୃତ୍ୟୁ । ଗତ ୨୦୧୯ ମସିହା ଜୁଲାଇ ୨୦ ତାରିଖ ରାତି ୯ ଟାରେ ବାପା ଭାତ ଖାଉଥିବା ସମୟରେ ପଛପଟୁ ଭୁଜାଲିରେ ଚୋଟ ମାରିଥିଲା ପୁଅ। ସେହି ଭାତ ଥାଳି ପାଖରେ ଚାଲିଗଲା ଜୀବନ ବାପାଙ୍କ ଜୀବନ। ଆଉ ବାପାର ଅଧା ଭାତ ରହିଗଲା ଥାଳିରେ। ଦୀର୍ଘ ୨ ବର୍ଷଧରି ପୁଅ ଚୋର ମଦ କାରବାର କରୁଥିଲା। ଏଥିରେ ରାଗି ଯାଇଥିଲା ପୁଅ।

ସୋର ଥାନା ତଣ୍ଟେଇ କୁସୁନିପୁର ଗାଁର ଜୟକୃଷ୍ଣ ମଳିକ ବଡପୁଅ ଶରତ ମଳିକ(୪୧)କୁ ଘରେ ଚୋର ମଦ ବିକ୍ରି କରୁଥିଲା। ବାପା ମଦ ବିକ୍ରି କରିବାକୁ ବିରୋଧ କରିବା ଯୋଗୁଁ ଅଭିଯୁକ୍ତ ପୁଅ ବାପାଙ୍କୁ ହାଣିଥିବା ପୋଲିସ୍‌ ସୂଚନା ଦେଇଛି। ସେହିଦିନ ଶରତ ଧାମରାକୁ ଯାଇ ସମୁଦ୍ରରୁ ମାଛ ମାରି ଘରୁକୁ ଫେରିଥିଲେ। ପୂର୍ବ ରାଗକୁ ସୁଝାଇବାକୁ  ଶରତ ନିଶାଶକ୍ତ ଅବସ୍ଥାରେ ବାପା ଜୟକୃଷ୍ଣକୁ ରାତି ୯ଟାରେ ଭାତ ଖାଉଥିବା ବେଳେ ପଛପଟୁ  ଭୁଜାଲିରେ ଆକ୍ରମଣ କରିଥିଲା। ଶରତ ଭୁଜାଲିରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଜୟକୃଷ୍ଣଙ୍କ ମୃତ୍ୟୁ ହୋଇଯାଇଥିଲା। ସେହିଦିନ ଠାରୁ ଶରତ ଦୁଇ ପୁଅ, ସ୍ତ୍ରୀକୁ ଧରି ଗୁଜୁରାଟ ଚାଲି ଯାଇଥିଲେ। ଲକଡାଉନ୍ ଓ ସଟଡାଉନ ଯୋଗୁଁ ଗତ କିଛିଦିନ ତଳେ ଶରତ ଗୁଜୁରାଟରୁ ଫେରି ବାଲେଶ୍ବର ଓଭରବ୍ରିଜ ତଳେ ସପରିବାର ସହ ଭିକ୍ଷାବୃତ୍ତି କରି ଚଳୁଥିଲେ। ସୋର ପୁଲିସ ଖବର ପାଇଁ ଶରତକୁ ଗିରଫ କରିିଛି। 

   Related Posts