Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଏ ବର୍ଷ ମଧ୍ୟ ବନ୍ଦ ରହିବ ଅମରନାଥ ଯାତ୍ରା ! ମହାମାରୀ ଯୋଗୁଁ ଯାତ୍ରୀମାନଙ୍କ ପଞ୍ଜିକରଣ ଉପରେ ଲାଗିଲା ରୋକ୍‌

22/04/2021 at 5:08 PM

ନୂଆଦିଲ୍ଲୀ  ୨୨/୦୪ : ସାରା ଦେଶରେ ଏବେ ମହାମାରୀ କରୋନା ସଙ୍କଟ ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ଆଶଙ୍କା ମଧ୍ୟକୁ ଚାଲିଆସିଛି ଐତିହାସିକ ଅମରନାଥ ଯାତ୍ରା । ଅମରନାଥ ଯାତ୍ରା ପାଇଁ ଜାରି ରହିଥିବା ପଞ୍ଜିକରଣ ଉପରେ ରୋକ ଲଗାଯାଇଛି । ବୋର୍ଡ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଦେଶରେ କରୋନା ଭୟାବହତା ବଢୁଥିବାରୁ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ଅମରନାଥ ଯାତ୍ରା ପାଇଁ ଜାରି ରହିଥିବା ପଞ୍ଜିକରଣକୁ ବର୍ତ୍ତମାନ ପାଇଁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ସ୍ଥିତି ଉପରେ ନଜର ରଖାଯାଇଛି । ପରିସ୍ଥିତି ଆୟତକୁ ଆସିବା ପରେ ଯାଇ ପୁଣି ଥରେ ଏହା ଆରମ୍ଭ ହେବ ।

50 major snow avalanches, 20 landslides occur on Yatra track

ଜୁନ ୨୮ ତାରିଖରୁ ଐତିହାସିକ ଅମରନାଥ ଯାତ୍ରା ଆରମ୍ଭ ହେବ । ଏହି ଯାତ୍ରା ୫୬ ଦିନ ଧରି ଚାଲୁରହେ । ଅମରନାଥ ଯାତ୍ରା ପାଇଁ ଯାତ୍ରୀମାନଙ୍କ ପଞ୍ଜିକରଣ ଚଳିତ ମାସରୁ ହିଁ ଆରମ୍ଭ କରାଯାଇଥିଲା ।  ତେବେ ମହାମାରୀକୁ ଦୃଷ୍ଟିରେ ରଖି ଯାତ୍ରାର ତାରିଖ ବଦଳାଯିବ କି ନାହିଁ ଏହାକୁ ନେଇ ମନ୍ଦିର ବୋର୍ଡ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ ।

ସୂଚନାଯୋଗ୍ୟ, ଦେଶରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି । ପ୍ରତିଦିନ ନୂଆ ରେକର୍ଡ କରୁଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାମାରୀକୁ ଦୃଷ୍ଟିରେ ରଖି ବିଭିନ୍ନ ପାରୀକ୍ଷାଗୁଡିକୁ ବାତିଲ କରାଯାଇଥିବା ବେଳେ କିଛି ପରୀକ୍ଷା ସ୍ଥଗିତ ରଖାଯାଇଛି ।

amarnath yatra dates : Amarnath Yatra 2018: everything you wanted to know |  Times of India Travel

   Related Posts