ସ୍ମାର୍ଟଫୋନ ଯୋଗୁଁ ୪ ବର୍ଷ ଶିଶୁର ହେଲା ଏପରି ଅବସ୍ଥା, ସୋସିଆଲ ମିଡିଆରେ ଫଟୋ ଭାଇରାଲ କଲେ ବାପା-ମାଆ…

Published By : Prameya-News7 Bureau | September 29, 2019 IST

ନୂଆଦିଲ୍ଲୀ୨୯|୯: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନର ବ୍ୟବହାର ଅଧିକ ମାତ୍ରାରେ ବୃଦ୍ଧି ପାଇଛି । ଡିଜିଟାଲ ଯୁଗରେ ଛୋଟ ଛୋଟ ପିଲାମାନେ ବି ସ୍ମାର୍ଟଫୋନର ବ୍ୟବହାର ଜାଣି ସାରିଲେଣି। ଏହି ସ୍ମାର୍ଟଫୋନର ବ୍ୟବହାର ଯେତିକି ଲାଭ ଦାୟକ ହୋଇଥାଏ ତାଠାରୁ ଅଧିକ ଛୋଟ ଛୋଟ ପିଲାଙ୍କ ପ୍ରତି ବିପଦ ସୃଷ୍ଟି କରିଥାଏ। ଜଣେ ୪ ବର୍ଷର ଛୋଟ ଝିଅ ସ୍ମାର୍ଟଫୋନ ବ୍ୟବହାର କରି ଗୁରୁତର ଆଘାତ ପାଇଥିବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଛୋଟ ଝିଅର ବାପା-ମାଆ  ନିଜେ ଏହି ଘଟଣାକୁ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। କାରଣ ଅନ୍ୟ ପିଲାମାନଙ୍କ ବାପା-ମାଆଙ୍କୁ ସତର୍କତା କରିବା ଉଦ୍ଦେଶ୍ୟରେ ସେ ତାଙ୍କ ଛୋଟ ଝିଅର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାସହ ତାଙ୍କ ଝିଅ ଶିକାର ହୋଇଥିବା ରୋଗରେ ଯେମିତି ଅନ୍ୟ କୌଣସି ପିଲା ଶିକାର ନହୁଅନ୍ତି ସେଥିଲାଗି ଝିଅର ବାପା-ମାଆ ସୋସିଆଲ ମିଡ଼ିଆରେ ବାର୍ତ୍ତା ଦେଇଛନ୍ତି। ଥାଇଲ୍ୟାଣ୍ଡରେ ରହୁଥିବା ଡାଚର ନ୍ୟୁସିକେର ଚୋୟଙ୍ଗଙ୍କ ଚାରି ବର୍ଷର ଛୋଟ ଝିଅଙ୍କ କ୍ଷେତ୍ରରେ ଏଭଳି ଦେଖିବାକୁ ମଳିଛି।

ସୂଚନାଯୋଗ୍ୟ ଯେ, ଚୁୟଙ୍ଗଙ୍କ ଝିଅ ଯେତେବେ​‌ଳେ ଦୁଇ ବର୍ଷ ହୋଇଥିଲେ ସେବେଠାରୁ ସ୍ମାର୍ଟଫୋନ ଧରି ଖେଳିବା ଆରମ୍ଭ କରି ଦେଇଥିଲେ। ଏପରିକି ସ୍ମାର୍ଟଫୋନରେ ଭିଡିଓ ଓ ଗେମ୍ସ ଭଳି ମଜାଳିଆ ଜିନିଷ ଦେଖାଇ ବାପା-ମାଆ ଝିଅକୁ ଖୁସି କରାଯାଉଥିଲେ। ଏହଭଳି କରିବା ଦ୍ବାରା ଚାରି ବର୍ଷ ବସୟରେ ତାଙ୍କ ଛୋଟ ଝିଅ ଆଖିରେ ଅସୁବିଧା ଦେଖା ଦେଇଥିଲା। ତେଣୁ ଆଖି ଠି୍କ କରିବା ଲାଗି ବାପା-ମାଆ ତାଙ୍କୁ ଚଷମା ପିନ୍ଧିବା ଲାଗି ପରାମର୍ଶ ଦେଇଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା ।

 ସେତେବେଳକୁ  ଚାରିବର୍ଷର ଝିଅ ଲେଜି ଆଇ(LAZY  EYE) ନାମକ ରୋଗରେ ଶିକାର ହୋଇସାରିଥିଲେ। ଏହି ରୋଗକୁ ଆମ୍ଲୋଫିଆ(Amylophia)  ମଧ୍ୟ କୁହାଯାଏ। ଏହି ରୋଗରେ ପିଲା ଭାବୁଥିବା ଫଟୋ ସଂପର୍କରେ ସେନ୍ସ ଆଣି ପାରନ୍ତି ନାହିଁ।  ଯାହାଫଳରେ ଧୀରେ ଧୀରେ ପିଲାଙ୍କ  ଦୃଷ୍ଟି ଶକ୍ତି ହରାଇ ବସନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଚାରି ବର୍ଷର ଝିଅର ବାପା-ମାଆ ଅନ୍ୟ ବାପା-ମାଆଙ୍କୁ ସତର୍କ କରାଇବା ଲାଗି ଫେସବୁକ୍‌ରେ ଏହି ଘଟଣାକୁ ଶେୟାର କରିଛନ୍ତି। ଏଭଳି କି ଛୋଟ ପିଲାମାନଙ୍କୁ ସ୍ମାର୍ଟଫୋନ ଓ ଟିଭିଠାରୁ ସବୁବେଳେ ଦୂରେଇ ରଖନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.