୧୨ବର୍ଷ ପରେ ଶନି ଏବଂ ବୃହସ୍ପତି ହେଲେ ଏକାଠି : ଏବେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ଖୋଲିଯିବ ଭାଗ୍ୟ

Published By : Prameya-News7 Bureau | November 07, 2019 IST

୧୨ବର୍ଷ ପରେ ଏପରି ଏକ ରାଜଯୋଗ ହୋଇଛି ଯେଉଁଥିରେ ଶନି ଏବଂ ବୃହସ୍ପତି ଏକାଠି ଆସିଛନ୍ତି। ଏହା ଯୋଗୁଁ କେବଳ ୪ଟି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ହୋଇପାରିବେ। ଏହି ରାଜଯୋଗ କାରଣରୁ ଏହି ରାଶିର ବ୍ୟକ୍ତିଙ୍କୁ ପ୍ରଚୁର ମାତ୍ରାରେ ଧନ ମିଳିବ। ଆସନ୍ତୁ ଜାଣିବା

ପାଖାପାଖି ୧୨ବର୍ଷ ପରେ ଥରେ ଶନି ଏବଂ ବୃହସ୍ପତିଙ୍କ ମିଳନ ଗୋଟିଏ ରାଶିରେ ହୋଇଥାଏ। ଦୀର୍ଘ ବର୍ଷ ପରେ ଏଥର ତାଙ୍କ ମିଳନ ବୃହସ୍ପତିଙ୍କ ରାଶି ଧନୁରେ ହେବ। ଶନି ଏବଂ କେତୁ ଏଠାରେ ପୂର୍ବରୁ ବିରାଜମାନ କରିଛନ୍ତି । ଏବେ ବୃହସ୍ପତି ପହଞ୍ଚିବା ଫଳରେ ୩ଟି ଗ୍ରହ ଏକାଠି ହୋଇଯିବେ। ଏମାନଙ୍କ ଉପରେ ମଧ୍ୟ ରାହୁ ଏବଂ ମଙ୍ଗଳଙ୍କ ପୂର୍ଣ୍ଣ ଦୃଷ୍ଟି ପଡ଼ୁଛି। ନଭେମ୍ବର ୧୦ତାରିଖରେ ମଙ୍ଗଳ ତୁଳା ରାଶିରେ ପ୍ରବେଶ କରିବା ଫଳରେ ଏମାନଙ୍କ ଦୃଷ୍ଟି ସମାପ୍ତ ହୋଇଯିବ। ଏହି ସଂଯୋଗ ଏମାନଙ୍କ ପ୍ରଭାବରେ ଏବଂ ପରିଣାମରେ ଆକସ୍ମିକତା ଉତ୍ପନ୍ନ କରିବ। ଏହା ୨୦୨୦ମସିହା ଜାନୁୟାରୀ ୨୬ତାରିଖରେ ଶନି ଗ୍ରହ ମକର ରାଶିରେ ପ୍ରବେଶ କଲେ ସମାପ୍ତ ହେବ। ମଙ୍ଗଳ ଗ୍ରହର ଦୃଷ୍ଟି ନଭେମ୍ବର ୧୦ତାରିଖରେ ତୁଳା ରାଶିରେ ପ୍ରବେଶ କଲେ ସମାପ୍ତ ହୋଇଯିବ।

ଯେଉଁ ରାଶିଗୁଡ଼ିକ କଥା ଆମେ କହୁଛୁ ସେଗୁଡ଼ିକ ଆଉ କେହି ନୁହେଁ ବରଂ ସିଂହ,କନ୍ୟା,କୁମ୍ଭ ଏବଂ ବୃଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.