ସମଲେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଗଦଲପୁର-ରାଉରକେଲା ଓ ହୀରାଖଣ୍ଡ ଏକ୍ସପ୍ରେସ ଯାତ୍ରୀ ବି ହେଲେ ହନ୍ତସନ୍ତ
25/06/2019 at 8:26 PM

ରାୟଗଡା୨୫|୬: ରାୟଗଡାର କେଉଟଗୁଡା ଷ୍ଟେସନ ନିକଟରେ ସମଲେଶ୍ବରୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେବା ଖବର ପାଇ ଲକ୍ଷ୍ମୀପୁର ଷ୍ଟେସନରେ ଜଗଦଲପୁର-ରାଉରକେଲା ଟ୍ରେନକୁ ଅଟକାଇ ରଖାଯାଇଛି.।.ଫଳରେ ଅନେକ ଯାତ୍ରୀ ମୁଣ୍ଡରେ ହାତଦେଇ ଚିନ୍ତାରେ ପଡିଯାଇଥିଲେ.।.

ଏହି ଟ୍ରେନରେ କିଏ ମେଡିକାଲ ଯିବାପାଇଁ ବାହାରିଥିଲା ତ କିଏ ପରୀକ୍ଷାଦେବା ପାଇଁ ଯାଉଥିଲେ । ଏନେଇ ଷ୍ଟେସନରେ କିଛି ସମୟଧରି ଉତ୍ତେଜନା ଦେଖା ଦେଇଥିଲା । କିଛି ପାସେଞ୍ଜର ଷ୍ଟେସନ ମାଷ୍ଟରଙ୍କୁ ଲକ୍ଷ୍ମୀପୁର ଠାରୁ ଟିକିରି ପର୍ଯ୍ୟନ୍ତ ଟ୍ରେନ୍ ଛାଡିବାକୁ ଅନୁରୋଧ କରିଥିଲେ.।.ଷ୍ଟେସନ ମାଷ୍ଟର କିନ୍ତୁ ନିର୍ଦେଶ ନଆସିଲା ଜାଏଁ ଟ୍ରେନ ଛାଡି ପାରିବିନି ବୋଲି କହିଥିଲେ.।.ଫଳରେ ଶତାଧିକ ପାସେଞ୍ଜର ଖାଇବାପାଇଁ ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା.।.

ଆଉ କିଛି ପାସେଞ୍ଜର୍ ଭୁବନେଶ୍ବର ଯିବାପାଇଁ ହୀରାଖଣ୍ଡ ଟ୍ରେନକୁ ଅପେକ୍ଷା କରିଥିଲେ.।ହେଲେ ହୀରାଖଣ୍ଡ ଟ୍ରେନ୍ ତାର ଗତିପଥ ବଦଳାଇ ଆରଖୁ ଦେଇ ଭୁବନେଶ୍ଵର ଯିବା ଖବର ଷ୍ଟେସନ ମାଷ୍ଟରଙ୍କଠୁ ପାଇ ଫେରିଯାଇଥିଲେ ।ବର୍ତମାନ ମଧ୍ୟ ରାଉଲକେଲା ଟ୍ରେନ୍ ଲକ୍ଷ୍ମୀପୁର ଷ୍ଟେସନରେ ଅଟକି ରହିଛି