ଜଳାର୍ଣ୍ଣବ କେନ୍ଦ୍ରାପଡା ସହର ; ବିଭିନ୍ନ ଅଞ୍ଚଳରେ ଜମି ରହିଛି ବର୍ଷା ପାଣି

Published By : Prameya-News7 Bureau | September 06, 2018 IST

କେନ୍ଦ୍ରାପଡା ୬|୯: ଦୁଇ ଦିନ ଧରି ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ସହର ଜଳାର୍ଣ୍ଣବ ହୋଇ ପଡିଛି । ସହରର ତଳି ଅଞ୍ଚଳରେ ପାଣି ଜମି ରହିଛି | ସହରର ଇଦଗା ମହଲା, ମନକର ପୁର୍, ଜୟପୁରା, ରଣପୁର, କୋରସି ମହଲ ପ୍ରଭୃତି ତଳି ଅଞ୍ଚଳରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଜମି ରହିଛି | ଏମିତିକି ଲୋକମାନଙ୍କ ଘର ଭିତରେ ମଧ୍ୟ ପାଣି ପଶିଯାଇଛି । ଏହି ସବୁ ଅଞ୍ଚଳରେ ଲୋକମାନଙ୍କ ଘରେ କାଲିଠାରୁ ଚୁଲି ମଧ୍ୟ ଜଳି ନାହିଁ | ଫଳରେ ଲୋକମାନେ ଉପବାସରେ ଦିନ କାଟୁଛନ୍ତି । ସବୁଠାରୁ ବଡ କଥା ହେଲା ଏହି ସବୁ ଅଞ୍ଚଳରେ ନଳକୂପ ଗୁଡିକ ବର୍ଷା ପାଣିରେ ବୁଡି ରହିଥିବାରୁ ଲୋକମାନେ ପିଇବା ପାଣି ଟୋପେ ପାଇଁ ଦହଳ ବିକଳ ହେଉଛନ୍ତି । ବୁଢ଼ା ବୁଢୀ, ଛୋଟ ପିଲା ଏବଂ ରୋଗୀମାନଙ୍କ ଅବସ୍ଥା ଦୟନୀୟ ହୋଇପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.