ଲଗାଣ ବର୍ଷାରେ ଭାଙ୍ଗିଲା ବନ୍ଧ, ଏକର ଏକର ଚାଷ ଜମିରେ ମାଡିଗଲା ବାଲି

Published By : Prameya-News7 Bureau | September 16, 2021 IST

ପାଟଣା, ୧୬।୦୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପଞ୍ଚାୟତ ଡାବରଚୁଆ ବନ୍ଧ ଲଗାଣ ବର୍ଷା ଫଳରେ ଭାଙ୍ଗିଯାଇଛି । ଫଳରେ ଡ଼ାବରଚୁଆ ଗ୍ରାମର ୮ ଜଣ ଚାଷୀଙ୍କ ଚାଷ ଜମି ବାଲିଚର ହୋଇ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି ।

ଗତ ୪ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଦୁର୍ବଳ ବନ୍ଧଟି ଭାଙ୍ଗି ଯିବା ଫଳରେ ଡାବରଚୁଆ ଗ୍ରାମର ଶରତ ପାତ୍ର, ଛତିଶ ପାତ୍ର, ବସନ୍ତ ପାତ୍ର, ରବିନ୍ଦ୍ର ପାତ୍ର, ଦୁଖବନ୍ଧୁ ନାଏକ, ଦୁର୍ଯୋଧନ ନାଏକ, କମ୍ବୁ ନାଏକ, ଦିଲ୍ଲୀପ ନାଏକ, ଆନନ୍ଦ ନାଏକ, କୃଷ୍ଣ ମୁଣ୍ଡା, ଜେନାମଣି ମୁଣ୍ଡା, ଟୁକୁନି ମୁଣ୍ଡା ଓ ବୁଦୁନି ମୁଣ୍ଡାଙ୍କ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ରେଇଟାଙ୍ଗିରୀ ରାଜସ୍ୱ ନିରୀକ୍ଷକ ଭବାନୀଶଙ୍କର ରାଉତରାୟ ପହଞ୍ଚି କ୍ଷୟ କ୍ଷତି ଆକଳନ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବ ଶୀଘ୍ର କ୍ଷତିପୂରଣ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.