ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୃଦ୍ଧି ପାଉଛି ବୈତରଣୀ ନଦୀର ଜଳସ୍ତର
6/09/2018 at 10:24 AM

ଭଦ୍ରକ ୬|୯: ବଢୁଛି ବୈତରଣୀ ନଦୀର ଜଳସ୍ତର । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଆଖୁଆପଦା ନିକଟରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ୧୭.୭୩ ମିଟର ଥିବା ବେଳେ ବର୍ତ୍ତମାନ ନଦୀର ଜଳସ୍ତର ୧୭.୭୦ ମିଟର ରହିଛି । ସେପଟେ ଲଗାଣ ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି ।