Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଯାଜପୁର ବଲାଙ୍ଗିଆ ଗାଁର ଟୁକୁନା ସାହୁ ଟିବି ରୋଗରେ ଆକ୍ରାନ୍ତ,ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା

9/03/2019 at 6:22 PM

ଯାଜପୁର୯|୩(ପ୍ରଭୁଦତ୍ତ ମହାନ୍ତି):ମୌଳିକ ସୁବିଧା ନାଁରେ ପାଣି ଭଳି ଟଙ୍କା ବୋହିଯାଉଛି । ହେଲେ ଗାଁ ଗହଳିକୁ ଗଲେ ବାସ୍ତବ ଚିତ୍ର ଅନୁଭବ କରିହୁଏ । ଯାଜପୁର ଧର୍ମଶାଳାର ବଲାଙ୍ଗିଆ ଗାଁର ଆଦିବାସୀ ସଂପ୍ରଦାୟଙ୍କ ଦୁର୍ଦ୍ଦଶା କହିଲେ ନସରେ । ଧୂଳି, ଧୂଆଁରେ ଅତିଷ୍ଠ ଲୋକେ । ବିଷାକ୍ତ ପାଣି ବି ନାନା ରୋଗର କାରଣ ପାଲଟିଛି । ଗାଁର ଟୁକୁନା ସାହୁ ଦୀର୍ଘ ଦିନ ଧରି ଟି.ବି ରୋଗରେ ଆକ୍ରାନ୍ତ । ହେଲେ ଚିକିତ୍ସାରେ ବାଧକ ସାଜିଛି ଅର୍ଥ ।

ଯାଜପୁର ଧର୍ମଶାଳାର ବଲାଙ୍ଗିଆ ଗାଁ । ଗାଁରେ ରହୁଥିବା ଲୋକେ ଆଦିବାସୀ ସଂପ୍ରଦାୟର । ଗାଁ ଲୋକେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ । ଧୂଳି ଧୂଆଁରେ ଲୋକେ ଅତିଷ୍ଠ । ପାଣି ବି ଏଠି ଦୂଷିତ । ଫଳରେ ଲୋକେ ନାନା ରୋଗରେ ପଡ଼ୁଛନ୍ତି । ଇଏ ଗାଁର ଟୁକୁନା ଦାସ । ଦୀର୍ଘ ଦିନ ଧରି ଟି.ବି ରୋଗରେ ଆକ୍ରାନ୍ତ ସେ । ଅନେକ ଥର ଧର୍ମଶାଳା ଡାକ୍ତରଖାନାକୁ ଯାଇଛନ୍ତି । ହେଲେ ଆରୋଗ୍ୟ ହୋଇପାରିନାହାଁନ୍ତି । ଟୁକୁନାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ବିଛଣାରେ ପଡ଼ି ପଡ଼ି କଷ୍ଟ ଭୋଗିବା ସାର ହୋଇଛି ଯାହା ।

ଭଙ୍ଗା କୁଡ଼ିଆ ଘରେ ବିତୁଛି ଜୀବନ ।  ରୋଗରେ ପଡ଼ିବା ଦିନଠୁ  ପରିବାର ଚଳାଇବା କଷ୍ଟ ହୋଇପଡ଼ୁଛି । ଘର, ସ୍ବାସ୍ଥ୍ୟ ସେବା ନାଁରେ ସରକାରଙ୍କ କେତେ କଣ ଯୋଜନା । ହେଲେ ସବୁ ଯୋଜନା ଟୁକୁନାଙ୍କ ପାଇଁ ଅର୍ଥ ହୀନ । ପ୍ରଶାସନର ସେଇ ଚିରାଚରିତ ଉତ୍ତର –ଆମେ ଜାଣିନୁ, ଖବର ମିଳିଲେ ନିଶ୍ଚିତ ସହୟତା ପ୍ରଦାନ କରାଯିବ…

   Related Posts