ମିଳିଲାନି ପ୍ଲାଜମା ଆଖିବୁଜିଲେ SI: ମୃତ୍ୟୁ ପୂର୍ବର ଦେଇଥିଲେ ମେସେଜ୍

Published By : Prameya-News7 Bureau | April 24, 2021 IST

ନୂଆଦିଲ୍ଲୀ ୨୪/୪: ଦେଶରେ କରୋନାର ହାହାକାର ସ୍ଥିତି । କେଉଁଠି ଅକ୍ସିଜେନ ଅଭାବରୁ ଜୀବନ ଚାଲିଯାଉଛି ତ କେଉଁଠି ଚିକିତ୍ସା ପାଇଁ ହସ୍ପିଟାଲରେ ମିଳୁନି ବେଡ । ଏମିତି କରୋନା ଯୁଦ୍ଧରେ ସଂଘର୍ଷ କରି ହାରି ଯାଇଛନ୍ତି ଜଣେ ଯୋଦ୍ଧା । ପ୍ଲାଜମା ଅଭାବରୁ ଜଣେ ପୋଲିସ ସବଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି । ପ୍ଲାଜମା ପାଇଁ ଦୌଡି ଦୌଡି ନିରାଶ ହେବା ପରେ ଶେଷ ସାହାରା ଥିଲା ବସନ୍ତ କୁଞ୍ଜ ହସ୍ପିଟାଲ ।

ହେଲେ ହସ୍ପିଟାଲର ନିୟମ କାନୁନ ଆଗରେ ମିଳିଥିଲା ନିରାଶା । ଦିଲ୍ଲୀରେ ପ୍ରଥମ କୋଭିଡ ଯୋଦ୍ଧା ଭାବେ କରୋନାରେ ପ୍ରାଣ ହରାଇଛନ୍ତି ଭାରତ ନଗର ଥାନାର ଏଏସଆଇ ଅଙ୍କିତ ଚୌଧୁରୀ । ଆସିଷ୍ଟାଣ୍ଟ ସବ ଇନ୍ସିପେକ୍ଟର ଭାବେ ୨ୟ ମୃତ୍ୟୁ ହୋଇଛି ସୁରେଶଙ୍କର । ୨୮ ବର୍ଷୀୟ ମୃତ ଅଙ୍କିତ ଚୌଧୁରୀ ୧୮ ତାରିଖରେ ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିପାଇଁ ଗାଜିଆବାଦର ପେଲଟିବ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ଶୁକ୍ରବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ସୂଚନା ଯୋଗ୍ୟ ଯେ, ଅଙ୍କିତଙ୍କୁ ପ୍ଲାଜମାର ବହୁତ ଆବଶ୍ୟକ ଥିଲା । ଏଥିପାଇଁ ସେ ବସନ୍ତ କୁଞ୍ଜ ହସ୍ପିଟାଲକୁ  ଚିକିତ୍ସା ପାଇଁ ଯାଇଥିଲେ । କିନ୍ତୁ ଚିକିତ୍ସା ପୂର୍ବରୁ ନିୟମାବଳୀ ପୂରଣ ହେଇ ହେଉ ତାଙ୍କର ମୃତ୍ୟୁ ହୋଇଥିଲା । ଠିକ୍ ସମୟରେ ତାଙ୍କୁ ପ୍ଲାଜମା ମିଳିପାରିନଥିବାରୁ ଗୋଟିଏ ନୀରିହ ଜୀବନ ଆଖିବୁଜିଦେଇଥିଲା । ତେବେ ଆଶ୍ଚର୍ଯ୍ୟର ବିଷୟ ସେ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ କିଛି ମେସେଜ ଛାଡିଯାଇଛନ୍ତି । କିଛି କହିପାରିନଥିଲେ ସୁଦ୍ଧା କିଛି ଲେଖିଯାଇଛନ୍ତି । ଲେଖାଅଛିକି ମୋତେ ହୁଏତ ଠିକ ଟାଇମରେ ପ୍ଲାଜମା ମିଳଥିଲେ ଜୀବନ ବଞ୍ଚିଯାଇଥାନ୍ତା । ତାଙ୍କ ମୃତ୍ୟୁ ପରେ ସୋସିଆଲରେ ମିଡିଆରେ ଏହି ମେସେଜକୁ ନେଇ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.