Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଦୁଇ କି.ମି. ଖଟିଆରେ ବୁହାହେଲେ ରୋଗୀ

24/07/2019 at 2:50 PM

କେନ୍ଦୁଝର ୨୪|୭: କେନ୍ଦୁଝରରେ ରାସ୍ତା ଖରାପ ଯୋଗୁଁ ଗାଁ ଆସିପାରିଲାନି ଆମ୍ବୁଲାନ୍ସ । ଦୁଇ କି.ମି. ରାସ୍ତା ଖଟିଆରେ ବୁହା ହେଲେ ରୋଗୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝୁମ୍ପୁରା ବ୍ଲକର ଧନୁର୍ଜ୍ଜୟପୁର ଛଣଧୂଆ ସାହିରେ । 

ଦେଶ ସ୍ବାଧୀନ ହେବାର ୭୨ବର୍ଷ ପରେ ବି ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଏମିତି ଗାଁ ରହିଛି ଯେଉଁ ଗାଁରେ ଚାଲିବାକୁ ଭଲ ରାସ୍ତା ଖଣ୍ଡେ ନାହିଁ । ସାରା ରାଜ୍ୟରେ ଏବେ ବିକାଶର ବା ବହୁଥିବା ବେଳେ ଏହି ଗାଁକୁ ବିକାସ ଛୁଇଁପାରିନାହିଁ । ଏକଥା ଆମେ କହୁ ନାହୁଁ ଏକଥା ଆପଣ ଏହି ଚିତ୍ରକୁ ଦେଖିଲେ ଭଲ ଭାବରେ ବୁଝି ପାରିବେ ।

ଏଭଳି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକର ଧନୁର୍ଜ୍ଜୟପୁର ଛଣଧୂଆ ସାହି ଗାଁର ରାସ୍ତା କାଦୁଅ ପଚ ପଚ ରାସ୍ତା । ଏହି ଗାଁର ୫୫ ବର୍ଷୀୟ ବନମାଳୀ ମାଝିଙ୍କର ଦେହ ଗତ ତିନି ଦିନ ତଳେ ଅସୁସ୍ଥ ହୋଇପଡିଥିଲା । ତାଙ୍କୁ ଡାକ୍ତରଖାନା ନେବାକୁ ତାଙ୍କ ଘର ଲୋକେ ବାହାରିଥିଲେ ହେଲେ ୪ ଦିନ ପୂର୍ବରୁ ଗାଁରେ ବର୍ଷ। ହୋଇଥିବାରୁ ରାସ୍ତାର ଅବସ୍ଥା ଅଧିକ ଶୋଚନୀୟ ହୋଇପଡିଥିଲା ତେଣୁ ତାଙ୍କୁ ଡାକ୍ତରଖାନା ନେଇ ପାରିନଥିଲେ ।

ଗତକାଲି ଅପରାହ୍ନରେ ତାଙ୍କ ଦେହ ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଡକାଯାଇଥିଲା । ହେଲେ ୪ ଦିନ ପୂର୍ବର ବର୍ଷାରେ ରାସ୍ତାର ଅବସ୍ଥା ଏମିତି ହୋଇଥିଲା ଯେ,  ଆମ୍ବୁଲାନ୍ସ ଗାଁ ଭିତରକୁ ଆସି ନପାରି ଗାଁଠାରୁ ଦୁଇ କିଲୋମିଟର ଦୂରରେ ଅଟକି ରହିଥିଲା । ଗାଁ ଓ ଘରଲୋକେ ବନମାଳୀଙ୍କୁ ଏକ ଖଟିଆରେ ଭାରକରି ଦୁଇ କିଲୋମିଟର ବୋହି ନେଇଥିଲେ  ଆମ୍ବୁଲାନ୍ସ ପାଖକୁ ଓ ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନିଆଯାଇଥିଲା । ଗାଁ ଲୋକଙ୍କର ଅଭିଯୋଗ ହେଲା ସେମାନେ ଏହି ରାସ୍ତା ଖଣ୍ଡକ ତିଆରି କିରବା ପାଇଁ ଜିଲ୍ଲା ପ୍ରଶାସନର ଏକାଧିକ ଅଧିକାରୀଙ୍କୁ ଏକାଧିକବାର ଗୁହାରି କିରଥିଲେ ସୁଦ୍ଧା କେହି ଶୁଣୁ ନାହାନ୍ତି । ତେଣୁ ଏହି ଗାଁ ଲୋକଙ୍କୁ ଏବେ ଭଗବାନ ଭରସା । 

   Related Posts