ଭଦ୍ରକ ଚାନ୍ଦବାଲି ବ୍ଲକରେ ସର୍ପାଘାତ ଜନିତ ମୃତ୍ୟୁ ରାଜ୍ୟରେ ସର୍ବାଧିକ : ସଚେତନତା ଅଭାବରୁ ୮୦ ପ୍ରତିଶତ ହସ୍ପିଟାଲ ଆସିବା ପୂର୍ବରୁ ହରାଉଛନ୍ତି ଜୀବନ
20/09/2019 at 6:31 PM

ଭଦ୍ରକ (ସର୍ବଶ୍ବେର ନାଥ)୨୦|୯; ଦିନକୁ ଦିନ ଆମ ରାଜ୍ୟରେ ସର୍ପାଘାତ ଜନିତ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି । ଗତ ତିନି ବର୍ଷର ହିସବ ନେଲେ କେବଳ ଭଦ୍ରକ ଜିଲ୍ଲାରେ ୧୩୮ଜଣ ବ୍ୟକ୍ତି ସାପ କାମୁଡାରେ ପ୍ରାଣ ହରାଇଛନ୍ତି ।ସରକାର ସର୍ପାଘାତରେ ମୃତକଙ୍କ ପରିବାରକୁ କେବଳ ଅନୁକମ୍ପା ଦେଇ ଚୁପ୍ ରହୁଛନ୍ତି । କିନ୍ତୁ ଏନେଇ ସରକାରୀ ସ୍ଥରରେ ବିଧିବଦ୍ଧ ବାଭେ କୌଣସି ସଚେତନତା କରାଯାଉନଥିବାରୁ ମୂଲ୍ୟବାନ ଜୀବନ ଚାଲି ଯାଉଛି ….

ରାଜ୍ୟରେ ବୃଦ୍ଧି ପାଉଛି ସର୍ପାଘାତ ଜନିତ ମୃତ୍ୟୁ । କେବଳ ଭଦ୍ରକ ଜିଲ୍ଲାରେ ଗତ ୩ବର୍ଷ ମଧ୍ୟରେ ମଲେଣି ୧୩୮ଜଣ । ଜିଲ୍ଲାରେ ୨୦୧୬ ମସିହାରେ ୩୮ଜଣ,୨୦୧୭ରେ ୪୭ଜଣ ଓ ୨୦୧୮ରେ ୫୩ଜଣଙ୍କ ସର୍ପାଘାତରେ ପ୍ରାଣ ଯାଇଛି । ଡାକ୍ତରଖାନାରେ ଚିକିତ୍ସା ବେଳେ ୩୩ ଜଣଙ୍କ ପ୍ରାଣ ଯାଇଛି ।ମୃତକଙ୍କ ପରିବାର ସଦସ୍ୟଙ୍କୁ କେବଳ ଅନୁକମ୍ପା ଦେଇ ସରକାର ଚୁପ ବସିଯାଉଛନ୍ତି । ସର୍ପାଘାତ ପରେ କଣ କରିବା ଦରକାର ସେନେଇ ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କୁ କୌଣସି ସଚେତନ କରାଯାଉନି । ଏପରିକି ଲୋକେ ଡାକ୍ତରଙ୍କ ପରାମର୍ଶ ନେବା ବଦଳରେ ଗୁଣିଆ ପାଖକୁ ଧାଉଁ ଥିବାରୁ ଅକାଳରେ ସେମାନଙ୍କ ମୃତ୍ୟୁ ମଧ୍ୟ ହେଉଛି ….

କେବଳ ଭଦ୍ରକ ଚାନ୍ଦବାଲି ବ୍ଲକରେ ସର୍ପାଘାତ ଜନିତ ମୃତ୍ୟୁ ରାଜ୍ୟରେ ସର୍ବାଧିକ ରହିଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରୁ ଜଣାପଡିଛି ୮୦ପ୍ରତିଶତ ସାପ କାମୁଡା ରୋଗୀ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଯାଉଛି । ରୋଗୀମାନେ ତୁରନ୍ତ ଡାକ୍ତରଖାନାକୁ ନଯାଇ ଗୁଣିଆ ପାଖରେ ଅଧିକ ସମୟ ନଷ୍ଟ କରୁଥିବାରୁ ଏଭଲି ସମସ୍ୟା ଦେଖାଦେଉଥିବା ଡାକ୍ତର କହିଛନ୍ତି ।

ସର୍ପାଘାତ ଜନିତ ସଚେତନତାର ଅଭାବ ଏହାର ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି
