ମାଧୁରୀ ଦୀକ୍ଷିତ ଲୋକପ୍ରିୟ ଅଭିନେତ୍ରୀ ହେବା ପଛରେ ତାଙ୍କ ଭଉଣୀଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା, ତାଙ୍କ ସଂପର୍କରେ ଜାଣନ୍ତୁ
12/08/2019 at 7:11 PM

ମୁମ୍ବାଇ୧୨|୮: ବଲିଓଡର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଦୀର୍ଘ ଲମ୍ବା ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଥିଲେ। ଏହି ଲମ୍ବା ସମୟ ବ୍ୟବଧାନ ପରେ କଲଙ୍କ ଓ ଟୋଟାଲ ଧମାଲ ଫିଲ୍ମ ମାଧ୍ୟମରେ ସେ ପୁଣି କମ୍ ବ୍ୟାକ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ମାଧୁରୀ ଲୋକପ୍ରିୟ ଅଭିନେତ୍ରୀ ହେବା ପଛରେ ତାଙ୍କ ଦୁଇ ଭଉଣୀଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।
ସୂଚନାଯୋଗ୍ୟ ଯେ, ମାଧୁରୀଙ୍କ ହସ ପାଇଁ ପ୍ରଥମରୁ ତାଙ୍କୁ ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ମିଳୁନଥିଲା।ଡାରେକ୍ଟରମାନେ କହୁଥିଲେ, ସେ ହସିଲେ ତାଙ୍କ ଦାନ୍ତ ବାହାରକୁ ଦେଖାଯାଏ ସେଥିପାଇଁ ତାଙ୍କୁ କୌଣସି ଫିଲ୍ମରେ କାମ କରିବା ପାଇଁ ସୁଯୋଗ ଦିଆଯାଏ ନାହିଁ। କିନ୍ତୁ ବଲିଉଡରେ କାମ କରିବା ପାଇଁ ମଧୁରି ଜିଦ୍ରେ ଅଟଳ ରହିଥିଲେ। ଏମିତି ସମୟ ଆସିଲା ମାଧୁରୀଙ୍କ ହସରେ ଡାରେକ୍ଟରମାନେ ଫିଦା ହୋଇଗଲେ।
ମାଧୁରୀଙ୍କୁ ଯେତେବେଳେ ୩ ବର୍ଷ ହୋଇଥିଲା ସେହି ସମୟରୁ ସେ କଥକ ନୃତ୍ୟ ଶିଖିବା ଆରମ୍ଭ କରିଦେଇଥିଲେ। ମାଧୁରୀ ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ କଥକ ଡାନ୍ସର ମଧ୍ୟ। ଡକ୍ଟର ଶ୍ରୀରାମ ନେନେଙ୍କୁ ସେ ବିବାହ କରିଛନ୍ତି। ତାଙ୍କର ଦୁଇଟି ପୁତ୍ର ସନ୍ତାନ ।
ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଦୁଇ ଭଉଣୀ ଜଣେ ରୂପା ଦୀକ୍ଷିତ ଆଉ ଜଣେ ଭାରତୀ ଦୀକ୍ଷିତ ଏବଂ ତାଙ୍କ ଭାଇଙ୍କ ନାଁ ଅଜିତ୍ ଦୀକ୍ଷିତ। ମାଧୁରୀଙ୍କ ପରିବାର ସଂପର୍କରେ ବହୁତ କମ୍ ଲୋକ ଜାଣିଥିବେ। ତାଙ୍କ ବାପା ନାଁ ଶଙ୍କର ଦୀକ୍ଷିତ ଓ ମାଆ ନାଁ ସ୍ନେହଲତା ଦୀକ୍ଷିତ ଉଭୟ ମଧୁରୀଙ୍କୁ ବହୁତ ଭଲ ପାଉଥିଲେ।
ମାଧୁରୀଙ୍କ ଅଭିନୟ କ୍ୟାରିୟର କଥା ଯଦି କହିବା ତେବେ ତାଙ୍କର ଦୁଇ ଭଉଣୀ ଅଭିନୟ କରିବା ପାଇଁ ତାଙ୍କୁ ପ୍ରୋତ୍ସାହନ ଯୋଗାଇଥିଲେ। ବଲିଉଡରେ ନାଁ କମେଇବା ପଛରେ ମାଧୁରୀଙ୍କ ଦୁଇ ଭଉଣୀଙ୍କ ବଳିଷ୍ଠ ଭୂମିକା ଯଥେଷ୍ଟ ରହିଛି। ସବୁ କ୍ଷେତ୍ରରେ ମାଧୁରୀଙ୍କୁ ତାଙ୍କ ଦୁଇ ଭଉଣୀ ସମର୍ଥନ କରିଛନ୍ତି। ବିଶେଷକରି ଅଭିନୟ ଦିଗରେ ମାଧୁରୀଙ୍କ ପ୍ରତି ତାଙ୍କ ଦୁଇ ଭଉଣୀଙ୍କର ଅତୁଳନୀୟ ଅବଦାନ ରହିଛି ।