Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ହଳ କରିବାକୁ ଯାଇ ଆଉ ଘରକୁ ଫେରିଲେନି, ପ୍ରବଳ ବର୍ଷାରେ ନାଳରେ ଭାସି ଯୁବକ ମୃତ

24/07/2021 at 10:13 AM

ତେଲକୋଇ ୨୪/୭: ଲଗାଣ ବର୍ଷାରେ ନାଳରେ ଭାସିଯାଇ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ ।ଗତକାଲି ସକାଳେ ଜମିକୁ ହଳ କରିବାପାଇଁ ବାପପୁଅ ତିନି ଜଣ ନାଳ ସେପଟକୁ ଯାଇଥିଲେ । ତେବେ ବାପା ଓ ସାନଭାଇଙ୍କ ପାଇଁ ସକାଳ ଖାଇବା ନିମନ୍ତେ ଭାତ ଆଣି ବାକୁ ଘରକୁ ନାଳ ପାର ହୋଇ ଆସୁଥିଲେ । ଶୁକ୍ରବାର ଲଗାଣ ବର୍ଷା ଯୋଗୁଁ ହଠାତ ନାଳରେ ଅଧିକ ପାଣି ଆସି ଯିବାରୁ ତାଙ୍କୁ ଭସାଇ ନେଇଥିଲା ।

ଗୁରୁଦେବକୁ ନପାଇ ପରିବାର ଲୋକେ ଗତକାଲି ଠାରୁ ଖୋଜାଖୋଜି କରି ପାଇ ନଥିଲେ । ଆଜି ସକାଳୁ ଗାଁ ନିକଟ ଜାମ୍ବୁଧର ନାଳଟି ସଂଯୋଗ କରୁଥିବା ମହାଦେଇ ଡ୍ୟାମରେ ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ତେଲକୋଇ ମେଡିକାଲକୁ ଆଣିଥିଲେ ।ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

   Related Posts