ଗ୍ୟାସ ଲିକ୍‌ ହୋଇ ଜଳିଗଲା ଘର: ରୋଷେଇ ଘର ନିଆଁରେ ସବୁ ପୋଡି ପାଉଁଶ

Published By : Prameya-News7 Bureau | April 26, 2020 IST

ଭଦ୍ରକ୨୬/୪: ଗ୍ୟାସ ଲିକ୍‌ ହୋଇ ଜଳିଗଲା ଘର । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତର ପଳିକିରି ସାହୁ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ରୋଷେଇ ଘରେ ଥିବା ଭରା ଗ୍ୟାସ୍‌ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇଥିଲା। ରାତିରେ ରୋଷେଇ କରିବା ଲାଗି ଗ୍ୟାସ୍‌ରେ ନିଆଁ ସଂଯୋଗ କରିବାରୁ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାର ୪ ବଖରା ପୋଡି ପାଉଁଶ ହୋଇ ଯାଇଛି। ମାତ୍ର ନିଆଁର ପ୍ରକୋପ ଏତେ ଥିଲା, ଅତି କମ୍ ସମୟରେ ରୋଷେଇ ଘରୁ ନିଆଁ ଅନ୍ୟ ଘରକୁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାରେ ବିଫଳ ହେବା ପରେ ଦମକଳ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡରେ ଘର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି।

{"id":260387,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.