ମୋବାଇଲା ହେଲା କାଳ : ଜଟିଳ ଅସ୍ଥି ରୋଗରେ ଆକ୍ରାନ୍ତ ହେଲେ ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ

Published By : Prameya-News7 Bureau | May 02, 2020 IST

ମୁମ୍ବାଇ ୨/୫: ଲକଡାଉନ୍ ପିରିୟଡରେ ସମସ୍ତେ ଘରେ ଅଛନ୍ତି। ସେଲିବ୍ରିଟିମାନେ ମଧ୍ୟ ଘରେ ବସିବାକୁ ବାଧ୍ୟ। ଏପରି ପରିସ୍ଥିତିରେ ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ ହୋଇ ଯାଇଛନ୍ତି। ମୋବାଇଲ୍ ଫୋନର ବହୁଳ ବ୍ୟବହାର ହେଉଛି। ଟିଭି ଅଭିନେତ୍ରୀ ଉର୍ବଶୀ ଢ଼ୋଲକିଆ ମଧ୍ୟ ଏହି ସମୟକୁ ନିଜ ଅନ୍ଦାଜରେ ଉପଯୋଗ କରୁଛନ୍ତି। ସେ Trending Now ନାମକ ଏକ ଭରଚ୍ୟୁଆଲ୍ ଚାଟ୍ ଚଲାଉଛନ୍ତି। କିନ୍ତୁ ଏସବୁ ମଧ୍ୟରେ ଉର୍ବଶୀଙ୍କୁ ଏକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।

{"id":263437,"sizeSlug":"large"}

ଫୋନ୍ ଅଧିକ ବ୍ୟବହାର କରିବାରୁ ଉର୍ବଶୀଙ୍କୁ ଟେନିସ୍ ଏଲବୋ ହୋଇଯାଇଛି। ଉର୍ବଶୀ ନିଜେ ଏହା ବିଷୟରେ କହିଛନ୍ତି। ଫୋନ୍ ଧରି ତାଙ୍କୁ ଏହା ହୋଇଥିବା ସେ କହିଛନ୍ତି। କାରଣ ତାଙ୍କର ସମସ୍ତ କାମ ଏଥିରେ ହୋଇଥାଏ। ତାଙ୍କ ଶୋ ପାଇଁ ସେ ଅନେକ ଥର ନିଜେ ଏଡିଟ୍ କରିଥାନ୍ତି।

{"id":263438,"width":579,"height":435,"sizeSlug":"large"}

ଟେନିସ୍ ଏଲବୋକୁ Lateral Epicondylitis ମଧ୍ୟ କୁହନ୍ତି। ଏହି ସମସ୍ୟା ସମୟରେ କହୁଣୀରେ ଯନ୍ତ୍ରଣା ହୋଇଥାଏ। କହୁଣୀର ହାଡ଼ ଏବଂ ମାଂସପେଶୀରେ ଅଧିକ ଚାପ ପଡ଼ିବା କାରଣରୁ ଟେନିସ୍ ଏଲବୋ ସମସ୍ୟା ହୋଇଥାଏ। ସାଧାରଣତଃ ଖେଳାଳି ଏବଂ ଯୁବବର୍ଗଙ୍କଠାରେ ଶାରିରୀକ ଗତିବିଧି ସମୟରେ ହାତ ଏବଂ ଆଙ୍ଗୁଠି ମୁଭମେଣ୍ଟ୍ ଦ୍ବାରା ମାଂସପେଶୀରେ ସଙ୍କୋଚନ ଫଳରେ କହୁଣୀରେ ଯନ୍ତ୍ରଣା ହୋଇଥାଏ।

{"id":263439,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.