ଇଛାମୃତ୍ୟୁ ନିମନ୍ତେ ରାଷ୍ଟ୍ରପତିଙ୍କୁ ନିବେଦନ କଲେ ପାରିବାରିକ କଳହରେ ଚାପଗ୍ରସ୍ତ ନାବଳକ, ତଦନ୍ତ ପାଇଁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ
17/07/2019 at 4:21 PM

ଭାଗଲପୁର : ବିହାର ଭାଗଲପୁର ଜିଲ୍ଲାର ନବମ ଶ୍ରେଣୀରେ ପଢୁଥିବା ୧୫ ବର୍ଷ ବୟସର ଏକ ନାବାଳକ ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ନିମନ୍ତେ ପତ୍ର ଲେଖିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଷାମୁଣ୍ଡାରେ ରହୁଥିବା ଏହି ନା ବାଳକ ହେଉଛନ୍ତି କୃଷ କୁମାର ମିତ୍ର। ତାଙ୍କ ପିତା ମନୋଜ ମିତ୍ର ଜଣେ କର୍କଟ ରୋଗୀ ହୋଇଥିବା ବେଳେ ମା ସେମାନଙ୍କ ଠାରୁ ପୃଥକ ହୋଇ ଯାଇଥିଲେ ହେଁ ମାଲିମୋକଦ୍ଦମା କରି ପାରିବାରିକ ଶାନ୍ତି କ୍ଷୁର୍ଣ୍ଣ କରୁଛନ୍ତି ବୋଲି କୃଷ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ। ଏଣୁ ଉଭୟ ପିତା ଓ ପୁତ୍ର ଏ ନେଇ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିବା ସହ ଇଚ୍ଛାମୃତ୍ୟୁ ନିମନ୍ତେ ଅନୁମତି ଦେବାକୁ ନିବେଦନ କରିଥିଲେ।
ତେବେ ସେମାନଙ୍କ ପତ୍ରର ଏକ ନକଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନକୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କୃଷଙ୍କ ପିତା ମନୋଜ ଗ୍ରାମ୍ୟ ବିକାଶ ବିଭାଗର ଦେବଘର ଜିଲ୍ଲା ପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ମା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ପାଟନା ସାଖାରେ ସହାୟକ ପ୍ରବନ୍ଧକ ଭାବେ ଅବସ୍ଥାପିତ ଅଛନ୍ତି। ତେବେ ମା କୃଷ ଓ ତାଙ୍କ ପିତାଙ୍କ ଠାରୁ ପୃଥକ ହୋଇ ମାଲିମୋକଦ୍ଦମା କରିବା ସହ ବିଭିନ୍ନ ସମୟରେ ଅସାମାଜିକ ତତ୍ୱଙ୍କ ଦ୍ୱାରା ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଜାତନା ଦେଉଛନ୍ତି।
ଏଥିରେ ବିତସ୍ପୃହ ହୋଇ କୃଷ ଓ ତାଙ୍କ ପିତା ରାଷ୍ଟ୍ରପତିଙ୍କ ସମେତ ପ୍ରଧାମନ୍ତ୍ରୀ ଓ ବିହାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟ ୨ ମାସ ପୂର୍ବେ ପତ୍ର ଲେଖିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପତ୍ର ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଜଣାପଡିଛି।