ଦୁଇଦିନ ହେଲା ମହିଳାଙ୍କ ଶବ ବ୍ୟବଚ୍ଛେଦ ନହୋଇ ପଡିରହିଛି ଡାକ୍ତରଖାନାରେ
22/10/2019 at 12:34 PM

ସୋର୨୨|୧୦: ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡ଼ାକ୍ତରଙ୍କ ଅବହେଳା ଯୋଗୁ ବ୍ୟବଚ୍ଛେଦ ପାଇଁ ଆସିଥିବା ଶବ ଦୀର୍ଘ ଦୁଇ ଦିନ ହେଲା ମେଡିକାଲରେ ପଡିରହିଛି ।

ସୂଚନା ଅନୁସାରେ, ବାହାନଗା ବ୍ଲକ ଡିଆଁପାଲି ଗ୍ରାମର ଜ୍ଞାନ ରଞ୍ଜନ ନାୟଙ୍କକ ପତ୍ନୀ କୌଶଲ୍ୟାଙ୍କୁ ଗତ ରବିବାର ବିଳମ୍ବିତ ରାତିରେ ସାପ କାମୁଡିବାରୁ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଦୀର୍ଘ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶବ ବ୍ୟବଛେଦ ହୋଇପାରି ନାହିଁ । ବାରମ୍ବାର ଏଭଳି ଅନିୟମିତତା ମେଡିକାଲରେ ଦେଖିବାକୁ ମିଳୁଛି । ଏନେଇ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Related Posts
ମୋରମ ଚାଲାଣକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ମାଡ଼ ଅଭିଯୋଗ
15 April 2021
ଆସନ୍ତାକାଲି ଠାରୁ ବନ୍ଦ ରହିବ କୋଣାର୍କ ମନ୍ଦିର
15 April 2021
ପାଣି ପାଇପ ଚୋରି ଅଭିଯୋଗରେ ୩ ଗିରଫ
15 April 2021